www.samajalive.in
Monday, December 8, 2025
27.1 C
Bhubaneswar

କରଞ୍ଜିଆ ବନାଞ୍ଚଳକୁ ଫେରିଲେ ପାଟଣା ବନାଞ୍ଚଳରୁ ୨୬ ଘରିଆ ହାତୀ ପଲ

ପାଟଣା : କେନ୍ଦୁଝର ଜିଲା ପାଟଣା ବନାଞ୍ଚଳରେ ୨୬ ଘରିଆ ହାତୀପଲ ରବିବାର ବିଳମ୍ବିତ ରାତ୍ରିରେ ମାଛଗଡ଼ ଓ ତଣ୍ଡୋ ବନ ଇଲାକାରେ ୪ ଜଣଙ୍କ ଘର ଭାଙ୍ଗିବା ସହ ସୋମବାର ରାତି ବନବୀର ଗ୍ରାମର ଧନୁର୍ଜୟ ମହାନ୍ତ ଓ କୁମୁଳା ବାହାଳୀ ଗ୍ରାମର କୁମୁଦ ମହାନ୍ତ ଏବଂ ଆଶାମଣି ମହାନ୍ତଙ୍କ ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲର କ୍ଷୟକ୍ଷତି କରି ଆଜି କରଞ୍ଜିଆ ଇଲାକାକୁ ଫେରିଯାଇଥିବା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ ସୂଚନା ଦେଇଛନ୍ତି । ଏଥି ସହ ବିଭିନ୍ନ ଗାଁରେ ବ୍ୟାପକ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି । ଘରେ ପଶି ହାତୀପଲ ଧାନ ଚାଉଳ ଖାଇଯିବା ସହ ଅମଳ ପାଇଁ ରଖା ଯାଇଥିବା ଧାନ ବିଡା ଆଦି ନଷ୍ଟ କରି ଦେଇଛନ୍ତି । ଏହି ହାତୀପଲ ଖଡିବେଡା ବୈତରଣୀ ନଦୀର ଟାପୁରେ ଡେରା ପକାଇ ଥିଲେ। ହାତୀପଲଙ୍କ ଆତଙ୍କ ପାଇଁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଥିବାରୁ ହାତୀପଲ ଅଞ୍ଚଳରୁ ତୁରନ୍ତ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଥିଲେ । ଫୁଲପାହାଡି ଗ୍ରାମର ବାଗୁନୁ ମୁଣ୍ଡା, ବଡ଼ ନୂଆଗାଁ ଗ୍ରାମର ଶ୍ରୀକାନ୍ତ ମହାନ୍ତ, କୁଣ୍ଡଳା ଗ୍ରାମର ଛତିଶ ନାଏକ ଓ ବାଳକୃଷ୍ଣ ମୀରଖୋଜିଆଙ୍କ ଘରକୁ ହାତୀ ଭାଙ୍ଗି ଦେଇଥିବା ବେଳେ ବଡ଼ ନୂଆଗାଁର ହଳଧର ମହାନ୍ତଙ୍କ ପାଚେରୀ ଭାଙ୍ଗିଥିବା ମଧ୍ୟ ଜଣାପଡିଛି । ହାତୀ ପଲ କରଞ୍ଜିଆ ଇଲାକାକୁ ଫେରିଯାଇଥିବାରୁ ପାଟଣା ବନାଞ୍ଚଳ ବାସୀ ଆଶ୍ବସ୍ତ ହୋଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories