www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ରଜତ ଜୟନ୍ତୀ କ୍ରୀଡା ସମାରୋହ

ପାଟଣା :  ପାଟଣା ବ୍ଲକ ମୁଖ୍ୟାଳୟ ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ରଜତ ଜୟନ୍ତୀ କ୍ରୀଡା ସମାରୋହ ମୁଖ୍ୟ ଅତିଥି ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଦ୍ଵାରା ଉଦଘାଟିତ ହୋଇଛି । କ୍ରିଡା ସମାରୋହ ର ପତାକା ଉତ୍ତୋଳନ ସହ ମାଶାଲ ଜ୍ୟୋତି ପ୍ରଜ୍ବଳନ କରି ବିଧାୟକ ଶ୍ରୀ ନାଏକ ତାଙ୍କ ବକ୍ତବ୍ୟରେ କ୍ରୀଡା କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଛାତ୍ରଛାତ୍ରୀ ମାନେ ଯୋଗ, ପ୍ରାଣାୟମ ସହ ପ୍ରତିଦିନ ଦୌଡ଼କୁଦ  କରିବାକୁ ପରାମର୍ଶ ଦେଇଛନ୍ତି । କ୍ରୀଡାରେ ଦକ୍ଷତା ହାସଲ କରି ପ୍ରତିଷ୍ଠିତ ହେବା କ୍ଷେତ୍ରରେ ରାଜ୍ୟରେ ସରକାର ଅପୂର୍ବ ସୁଯୋଗ ସୃଷ୍ଟି କରିଥିବା ସେ ପ୍ରକାଶ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ସଭାରେ ଅଧ୍ୟାପକ ଅଶ୍ଵିନୀ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ମହାବିଦ୍ୟାଳୟର କ୍ରୀଡା ସଂଘର ଉପ ସଭାପତି ଅଧ୍ୟାପକ ହଳଧର ସାହୁ, କ୍ରୀଡା ଶିକ୍ଷକ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଦାଶ, ରତ୍ନାକର ମହାକୁଡ଼, ବ୍ରଜେନ୍ଦ୍ର କୁମାର ପତି, ଅଧ୍ୟାପିକା ସୁସ୍ନାତା ଶୋଭାଲିନ୍ ମହାପାତ୍ର, ଦୀକ୍ଷା ରାଉତ, ନୈଲାନୀ କାର୍ଜୀ, ନିରୁପମା ସାହୁ, ମଧୁସ୍ମିତା ମହାନ୍ତ ଙ୍କ ସହ ରଜତ କୁମାର ଦାଶ, ଶରତ କୁମାର ମିଶ୍ର ପ୍ରମୁଖ ସାମିଲ ରହିବା ସହ କ୍ରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷାବିତ ତଥା କ୍ରିଡା ଶିକ୍ଷକ ପ୍ରମୋଦ କୁମାର ଭଞ୍ଜ, ବାସୁଦେବ ସାହୁ, ନକୁଳ ଚନ୍ଦ୍ର ମହାନ୍ତ, ସୁଶାନ୍ତ କୁମାର ମହାନ୍ତ, ସମରେନ୍ଦ୍ର ମହାନ୍ତ ପ୍ରମୁଖ ଙ୍କ ଦ୍ଵାରା ଦୌଡ଼, ଲମ୍ବ ଓ ଉଚ୍ଚ ଡିଆଁ , ଡିସକସ୍ ଫିଙ୍ଗା, ସର୍ଟଫୁଟ ଫିଙ୍ଗା ଏବଂ ଜାଭେଲିନ୍ ଫିଙ୍ଗିବା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପର୍ଯ୍ୟାୟ କ୍ରମେ ପୁରସ୍କୃତ କରାଯାଇଥିଲା । ମହାବିଦ୍ୟାଳୟର କର୍ମଚାରୀ ଗୋବିନ୍ଦ ପାତ୍ର, ଭୂତ ମହାନ୍ତ, ସୁଶାନ୍ତ ରାଉଳ, ପ୍ରହଲ୍ଲାଦ ବେହେରା ଓ ମମତା ମହାନ୍ତ ପରିଚାଳନା ରେ ସହଯୋଗ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories