ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ଅଧିନସ୍ଥ ସିଦ୍ଧବା, ବାଦପୁର ଆଦି ଗ୍ରାମରେ ହାତୀ ବିତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ଗତ ୧୮ତାରିଖରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଘୋଡାହଡ଼ ଡ୍ୟାମ ନିକଟରେ ରହିଥିଲେ। ୧୯ରେ ଲଖାରୀ ଅଭିମୁଖେ ଆସି କୁମ୍ବିଖାଲ, ଜାମକୁଣିଆ ଗ୍ରାମରେ ଏମାନଙ୍କୁ ୧୫ ଟି ହାତୀପଲଙ୍କୁ ଦେଖିବାକୁ ମିଳିଥିଲା। ଏହି ଦଳରେ ମାଇହାତୀ ୯ ରହିଥିବା ବେଳେ ଛୁଆ ହାତୀ ୪ ଏବଂ ଦନ୍ତା ଥିଲେ ୨। ପୁଣି ୨୦ ତାରିଖରେ ବାଦପଡ଼ା, ସିଦ୍ଧବା ଗ୍ରାମ ଅଞ୍ଚଳରେ ଏହି ହାତୀ ପଲ ଦେଖା ଦେଇଥିଲେ। ୨୧ରେ ମଧ୍ୟ ଉକ୍ତ ସ୍ଥାନରେ ହାତୀମାନେ ରହି ୨୨ରେ ଶକ୍ତିଘାଟି ନିକଟରେ ଥିବା ବାହାରତମ୍ପା ଗ୍ରାମ ନିକଟରେ ଚଲାବୁଲା କରୁଥିଲେ। ୨୩ରେ ମଣିଡ଼ିହ ଗ୍ରାମ ଜଙ୍ଗଲରେ ରହିଥିବା ଦେଖିବାକୁ ମିଳିଛି।
ହାତୀପଲ ଘୋଡ଼ାହଡ ଡ୍ୟାମଠାରୁ ରାମନଦୀ ମଧ୍ୟରେ ୬ କିମି ପରିଧି ମଧ୍ୟରେ ଜଳର ସୁବିଧା ରହିଥିବାରୁ ସେମାନେ ପ୍ରତ୍ୟେକ ଦିନ ଆହାର ପାଇଁ ରାତ୍ର ସମୟରେ ଗାଁ ମୁହାଁ ହୋଇ ପଣସ, ଆମ୍ବ, କଦଳୀ, ବାଇଗଣ ଆଦି ଖାଦ୍ୟ ପଦାର୍ଥ ଖାଇବା ସହ ଗଛକୁ ଭାଙ୍ଗି ଘର ନଷ୍ଟ କରି ବାଇଗଣ ଫସଲ ନଷ୍ଟ କରିଥିବା ଶଙ୍କର ଦଳାଇ, ଉପେନ୍ଦ୍ର ଦଳାଇ, ଭୀମସେନ ଦଳାଇ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି। ଚନ୍ଦ୍ରଗିରି ବନାଧିକାରୀ ସୁବାସ ବେହେରା ସେମାନେ ପାଣିପାଇଁ ୭କିମି ମଧ୍ୟରେ ପ୍ରତ୍ୟକ ଦିନ ୧ କିମିରୁ ୨ କି.ମି ଯାତାୟତ କରିଥାନ୍ତି ବୋଲି କହିଛନ୍ତି। ହୁଏତ ସେମାନେ ଲଖାରୀ ଅଭୟାରଣ୍ୟରେ ରହି ପାରନ୍ତି କିମ୍ବା ବଡଗତ, ଶେରଗଡ଼ ଅଧିନସ୍ଥ ଗ୍ରାମ ଗୁଡ଼ିକୁ ଯାଇପାରନ୍ତି । ଏ ସଂପର୍କରେ ଜିଲ୍ଲା ବନଖଣ୍ଡ ଅଧିକାରୀ ସଂଗ୍ରାମ ବେହେରା କହିଛନ୍ତି କ୍ଷତିଗ୍ରସ ହୋଇଥିବା ଲୋକେ ଅଭିଯୋଗ କଲେ ସରକାରୀ ନିୟମ ଅନୁଯାୟୀ କ୍ଷତିପୁରଣ ଯୋଗାଇ ଦିଆଯିବ। ଏହା ସହ ହାତୀପଲ ଦେଖିଲେ ସେମାନଙ୍କ ପାଖକୁ ନଯାଇ ପ୍ରଶାସନକୁ ଜଣାଇବା ପାଇଁ ଅନୁରୋଧ କରିଛନ୍ତି ।



