www.samajalive.in
Monday, December 8, 2025
27.1 C
Bhubaneswar

ଶତପ୍ରତିଶତ ସଫଳ ନୁହଁ ଏକ୍‌ମୋ ଚିକିତ୍ସା

ଭୁବନେଶ୍ବର: ରାଜ୍ୟରେ ‘ଏକ୍‌ମୋ’ ଚିକିତ୍ସା ନଥିବାରୁ ଅନେକ ଜୀବନ ଅକାଳରେ ଝରିପଡୁଛି ବୋଲି କିଛିଦିନ ତଳେ ଯେଉଁ ଚର୍ଚ୍ଚା ହେଉଥିଲା ଏବେ ସେଥିରେ ଭଟ୍ଟା ପଡ଼ିବାକୁ ଯାଉଛି। ପୂର୍ବରୁ ଏହି ଚିକିତ୍ସାରେ ଥିବା ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ, ସାଇ ଇଣ୍ଟନ୍ୟାସନାଲ ମୁଖ୍ୟ ତଥା ପୂର୍ବତନ ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ ସାହୁଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଦିନ ତଳେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ମୃତ୍ୟୁ ହୋଇଛି। ଏହି କ୍ଷେତ୍ରରେ ରାଜ୍ୟରେ ୯ଟି ଏକ୍‌ମୋ ଚିକିତ୍ସା ଆପଣାଯିବାକୁ ରହିଛି। ଯାହା ଆଗାମୀ ଦିନରେ ଜଟିଳ ରୋଗୀଙ୍କ ଜୀବନ ରକ୍ଷା କରିବ ବୋଲି ଲୋକେ ଯେଉଁ ଆଶା ବାନ୍ଧିଥିଲେ ତାହା ଶତପ୍ରତିଶତ ସଫଳ ନୁ‌େ‌ହଁ ବୋଲି ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏଣିକି ଏକ୍‌ମୋ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ରୋଗୀଙ୍କୁ ଯିବାକୁ ପଡ଼ିବ ନାହିଁ।

କଟକ ବଡ଼ ଡାକ୍ତରଖାନାରେ ୯ଟି ଏକ୍‌ମୋ ଯନ୍ତ୍ର ଲାଗିବା ବ୍ୟବସ୍ଥା ଶେ‌ଷ‌ ହୋଇଛି। ହେଲେ ଏହି ଯନ୍ତ୍ର ଚଳାଇବା ଲାଗି ଆବଶ୍ୟକ କର୍ମଚାରୀଙ୍କୁ ତାଲିମ ପ୍ରଦାନ କାର୍ଯ୍ୟ ଶେଷ ହୋଇନାହିଁ। ତାଲିମ ଶେଷ ପରେ ଖୁବ୍‌ଶୀଘ୍ର ଏହି ଚିକିତ୍ସା ସେବା ରାଜ୍ୟବାସୀ ପାଇପାରିବେ। ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ୯ଟି ଏକ୍‌ମୋରୁ ୬ଟି ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ କିଣାଯାଇଥିବାବେଳେ ଅନ୍ୟ ୩ଟି ସିଏସଆର ପାଣ୍ଠିରୁ କିଣାଯିବାକୁ ରହିଛି। ତେବେ ସବୁଠାରୁ ବଡ଼କଥା ହେଲା ଏହି ଏକ୍‌ମୋ ଚିକିତ୍ସା କେବଳ ଫୁସ୍‌ଫୁସ୍‌କୁ ଅ‌େ‌ସ୍ତ୍ରାପଚାର କରିବା ପୂର୍ବରୁ ହିଁ ଆବଶ୍ୟକ। ସବୁକ୍ଷେତ୍ରରେ ଅ‌େ‌ସ୍ତ୍ରାପଚାର ସଫଳ ହେଉନାହିଁ। ମାତ୍ର ୧୦ରୁ ୨୦ ପ୍ରତିଶତ ରୋଗୀ ଏଥିରୁ ସୁଫଳ ପାଇଥାନ୍ତି। ଯେଉଁ ରୋଗୀ ଏହି ଚିକିତ୍ସା ପଦ୍ଧତି ଆପଣାନ୍ତି ତାଙ୍କ ବଞ୍ଚିବା ଆଶା କ୍ଷୀଣ, ମାତ୍ର ଲୋକେ ବୁଝିଲେ ହେଲା ବୋଲି ଡା. ମହାପାତ୍ର କହିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories