www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରତିବାଦରୁ ଓହରିଲେ ରାଜ୍ୟସଭାରୁ ନିଲମ୍ବିତ ୮ ସାଂସଦ

ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୮ଜଣ ଯାକ ସାଂସଦ ସଂସଦ ପରିସରରେ ଚଳାଇଥିବା ପ୍ରତିବାଦ ଶେଷ କରିଛନ୍ତି। କଂଗ୍ରେସ, ସିପିଆଇଏମ୍‍, ଟିଏମସି ଓ ଆମ୍‍ ଆଦ୍‍ମୀ ପାର୍ଟିର ନିଲମ୍ବିତ ସାଂସଦମାନେ ଗତକାଲିଠାରୁ ଧାରଣାରେ ବସିଥିଲେ। ସେମାନେ ରାଜ୍ୟସଭାରେ ହଟ୍ଟଗୋଳ କରିଥିବାରୁ ସେମାନଙ୍କୁ ସମଗ୍ର ବର୍ଷାକାଳୀନ ଅଧିବେଶନ ପାଇଁ ସଭାରୁ ନିଲମ୍ବନ କରାଯାଇଥିଲା।

ଆଜି ସକାଳେ ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ସମୟରେ ବିରୋଧୀଦଳ ନେତା ଗୁଲାମ ନବୀ ଆଜାଦ ସେମାନଙ୍କର ନିଲମ୍ବନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ସେମାନେ ରାଜ୍ୟସଭା କାର୍ଯ୍ୟଧାରାକୁ ବର୍ଜନ କରିବେ ବୋଲି ଘୋଷଣା କରିଥିଲେ। ପରେ କଂଗ୍ରେସ, ବାମପନ୍ଥୀ ଦଳ, ଟିଏମସି, ଡିଏମକେ, ଏସପି, ଆରଜେଡି, ଆମ୍‍ ଆଦ୍‍ମୀ ପାର୍ଟି ଓ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ କିଛି ସମୟ ପାଇଁ ସଂସଦ ପରିସର ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସେମାନଙ୍କ ସହ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ।

- Advertisement -

ପୂର୍ବରୁ ଉପାଧ୍ୟକ୍ଷ ହରିବଂଶ ବିକ୍ଷୋଭ ପ୍ରଦର୍ଶନକାରୀ ସାଂସଦମାନଙ୍କୁ ଭେଟି ସେମାନଙ୍କୁ ଚା’ ଅର୍ପଣ କରିଥିଲେ। ଗତକାଲି ସେହି ୮ଜଣ ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଥିଲା। ସେହି ସାଂସଦମାନଙ୍କ ଭିତରେ କଂଗ୍ରେସର ରାଜୀବ ସତାବ, ରିପୁର୍ନ ବୋରା ଓ ନିଜର ହୁସେନ, ଟିଏମ୍‍ସିର ଡେରେକ୍‍ ଓ’ବ୍ରିଏନ୍‍, ସିପିଆଇଏମ୍‍ର କେ.କେ. ରାଗେଶ ଓ ଏଲାମରମ କରିମ୍‍ ଏବଂ ଆମ୍‍ ଆଦ୍‍ମୀ ପାର୍ଟିର ସଞ୍ଜୟ ସିଂ ଅଛନ୍ତି।

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories