www.samajalive.in
Monday, December 8, 2025
24.1 C
Bhubaneswar

ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ହୋସ୍‌ନି ମୁବାରକଙ୍କ ପରଲୋକ

କାଇରୋ : ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ହୋସ୍‌ନି ମୁବାରକଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ତାଙ୍କୁ ୯୧ବର୍ଷ ହୋଇଥିଲା। ଆରବ ସ୍ପ୍ରିଙ୍ଗ୍‌ ବିଦ୍ରୋହ ଯୋଗୁ ୨୦୧୧ ଫେବୃଆରୀରେ କ୍ଷମତାଚ୍ୟୁତ ହୋଇଥିବା ମୁବାରକ ୧୯୮୧ରୁ ୨୦୧୧ ପର୍ଯ୍ୟନ୍ତ ଦୀର୍ଘ ତିନି ଦଶନ୍ଧି ଧରି ଦେଶର ନେତୃତ୍ବ ନେଇଥିଲେ। ରାଷ୍ଟ୍ରପତି ଅନୱର ଏଲ-ସଦାତଙ୍କୁ ହତ୍ୟା ପରେ ରାଷ୍ଟ୍ରପତି ପଦ ଅକ୍ତିଆର କରିଥିବା ମୁବାରକଙ୍କ ନେତୃତ୍ବ ସମଗ୍ର ମଧ୍ୟପ୍ରାଚ୍ୟରେ ପ୍ରଭାବଶାଳୀ ଥିଲା। ଆମେରିକାର ବନ୍ଧୁ ଓ ଇସ୍‌ଲାମିକ୍‌ ଆତଙ୍କବାଦର ବିରୋଧୀ ଏବଂ ସର୍ବୋପରି ଇସ୍ରାଏଲ ସହିତ ଇଜିପ୍ଟର ଶାନ୍ତି ରାଜିନାମାର ସେ ନାୟକ ଥିଲେ। ତେବେ ଟୁନିସିଆ ସହଯୋଗରେ ଆରମ୍ଭ ହୋଇଥିବା ଆରବ ସ୍ପ୍ରିଙ୍ଗ୍‌ (ଆନ୍ଦୋଳନ)କୁ ଦମନ କରିବାକୁ ଯାଇ ତାଙ୍କ ଶାସନ କାଳରେ ୯୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ସରକାର ବିରୋଧରେ ଦାରିଦ୍ର୍ୟ ଓ ଦୁର୍ନୀତି ବୃଦ୍ଧିର ଅଭିଯୋଗ ରହିଥିଲା। ଦେଶର ନ୍ୟାୟାଳୟ ତାଙ୍କୁ ଓ ତତ୍କାଳୀନ ସୁରକ୍ଷା ମୁଖ୍ୟଙ୍କୁ ୨୦୧୨ରେ ଆଜୀବନ କରାଦଣ୍ଡାଦେଶ ଦେଇଥିଲେ। ସେ ପ୍ରଥମେ କାରାଗାର ଓ ପରେ ସାମରିକ ହସ୍ପିଟାଲରେ ରହିଥିଲେ। ୨୦୧୭ ମାର୍ଚ୍ଚରେ ମୁବାରକଙ୍କୁ ଅଭିଯୋଗରୁ ମୁକ୍ତ କରାଯାଇଥିଲା। ଗତ ବର୍ଷ ଅକ୍ଟୋବରରେ ସେ ଶେଷଥର ପାଇଁ ଏକ ଭିଡିଓ ମାଧ୍ୟମରେ ସର୍ବସାଧାରଣରେ ଆତ୍ମପ୍ରକାଶ କରିଥିଲେ। ଏଥିରେ ୧୯୭୩ ଇସ୍ରାଏଲ ଯୁଦ୍ଧଠାରୁ ଆରମ୍ଭ କରି ସମସ୍ତ ସ୍ମୃତି ରୋମନ୍ଥନ କରିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories