www.samajalive.in
Wednesday, December 10, 2025
26.1 C
Bhubaneswar

‘ସମାଜ’ ପ୍ରଭାବ: କେନ୍ଦୁଝର କୋଭିଡ -୧୯ ହସ୍ପିଟାଲରେ ଭର୍ତ୍ତି ହେଲେ ୮ ଆକ୍ରାନ୍ତ

କେନ୍ଦୁଝରଗଡ: ‘ଜିଲାରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ‘କୋଭିଡ-୧୯’ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ କେବେ’ ଶୀର୍ଷକ ଖବର ମଙ୍ଗଳବାର ସମାଜରେ ପ୍ରକାଶ ପାଇବା ପରେ ପ୍ରଥମଥର ପାଇଁ କେନ୍ଦୁଝର ସହର ଉପକଣ୍ଠ ରାଙ୍କିସ୍ଥିତ ନବନିର୍ମିତ ‘କୋଭିଡ-୧୯ ହସ୍ପିଟାଲ’ରେ ନୂତନ ଭାବେ ଚିହ୍ନଟ ୮ଜଣ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଚଳିତମାସ ୨୩ ତାରିଖରୁ ଉକ୍ତ ହସ୍ପିଟାଲରେ କେବଳ ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ମଙ୍ଗଳବାର ନୂତନ ଭାବେ ଚିହ୍ନଟ ୮ଜଣ ଆକ୍ରାନ୍ତଙ୍କୁ ପ୍ରଥମଥର ପାଇଁ ‘କୋଭିଡ-୧୯’ ହସ୍ପିଟାଲ କେନ୍ଦୁଝରରେ ଭର୍ତ୍ତିି କରାଯାଇଥିବା

ଏନଏଚଏମ୍‍ ଡିପିଏମ୍‍ ଦିଲ୍ଲୀପ କୁମାର ଦୁବେଙ୍କୁ ପଚାରିବାରୁ ଫୋନ ଯୋଗେ ସେ ଏହା କହିଛନ୍ତି। ମଙ୍ଗଳବାର କେନ୍ଦୁଝର ଜିଲାରୁ ୮ଜଣ କରୋନା ପଜିଟିଭ ଚିହ୍ନଟ ପରେ ଜିଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ ସମୟରେ ‘କୋଭିଡ-୧୯’ ହସ୍ପିଟାଲ କାର୍ଯ୍ୟକ୍ଷମ କେବେ ହେବ ସେ ନେଇ ପ୍ରଶ୍ନର ଉତ୍ତରରେ ଏହା କେବେଠାରୁ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ଖବରକାଗଜରେ ଯେଉଁ ସବୁ ଖବର ପ୍ରକାଶ ପାଇଛି ତାହା ମିଛ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଥିଲେ। ତେବେ ମଙ୍ଗଳବାର ଚିହ୍ନଟ ୮ ଆକ୍ରାନ୍ତଙ୍କ ପୂର୍ବରୁ ଉକ୍ତ ହସ୍ପିଟାଲରେ କେତେଜଣ ପଜିଟିଭ ଭର୍ତ୍ତି ହୋଇଛନ୍ତି ପ୍ରଶ୍ନର ଉତ୍ତରକୁ ଜିଲାପାଳ ଚତୁରତାର ସହ ଏଡାଇ ଯିବା ପଛର କାରଣ କ’ଣ ହୋଇପାରେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଜିଲାରୁ କରୋନା ଆକ୍ରାନ୍ତଙ୍କୁ କଟକସ୍ଥିତ ‘ଅଶ୍ୱିନୀ କୋଭିଡ-୧୯’ ହସ୍ପିଟାଲକୁ ପଠାଯାଇ ଆସୁଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories