www.samajalive.in
Monday, December 8, 2025
27.1 C
Bhubaneswar

ପ୍ରକାଶ ପାଇଲା ଜେଇଇ ମେନ୍‌ ଫଳ; ଭୋପାଳର ଧ୍ରୁବ ଆରୋରା ଟପ୍ପର

ନୂଆଦିଲ୍ଲୀ : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାଲେଖା ପାଇଁ ଅନୁଷ୍ଠିତ ଜେଇଇ ମୁଖ୍ୟ-୨୦୧୯ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ମଧ୍ୟପ୍ରଦେଶ ଭୋପାଳର ଧ୍ରୁବ ଆରୋରା ଶତ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥି ସହିତ ପ୍ରଥମ ଥର ପାଇଁ ୧୫ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖି ରେକର୍ଡ କରିଛନ୍ତି। ଏମାନେ ସମସ୍ତେ ଛାତ୍ର ଓ ଏମାନଙ୍କ ମଧ୍ୟରେ ତେଲଙ୍ଗାନାର ସର୍ବାଧିକ ୪ଜଣ ସ୍ଥାନ ପାଇଛନ୍ତି। ମହାରାଷ୍ଟ୍ରର ରାଜ୍‌ ଆର୍ୟନ୍‌ ଅଗ୍ରୱାଲ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ମୋଟ ୮ଲକ୍ଷ ୭୪ହଜାର ୪୬୯ ଛାତ୍ରଛାତ୍ରୀ ଜେଇଇ ମୁଖ୍ୟ (ମେନ୍‌) ପରୀକ୍ଷା ଦେଇଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ବାରା ଏହି ପରୀକ୍ଷା ସର୍ବଭାରତୀୟସ୍ତରରେ ଚଳିତ ମାସ ୮ ଓ ୧୨ରେ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ରାଜ୍ୟସ୍ତରରେ ମଧ୍ୟ ଏହି ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏଥିରେ ରାଜ୍ୟସ୍ତରୀୟ ଟପ୍ପର ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି। ରେକର୍ଡ ସମୟରେ ଫଳ ପ୍ରକାଶ ପାଇଥିବାରୁ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଏନ୍‌ଟିଏ କର୍ତ୍ତୃପକ୍ଷଙ୍କୁ ବଧାଇ ଜଣାଇଥିାବ​‌ବେ​‌େ​‌ଳ ଓ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories