www.samajalive.in
Tuesday, December 9, 2025
16.1 C
Bhubaneswar

ଶରଦ ପୱାରଙ୍କ ସହଯୋଗୀଙ୍କ ଘରୁ ୧କୋଟି ଟଙ୍କା, ୨୫ କୋଟିର ଅଳଙ୍କାର ଜବତ

ମୁମ୍ବଇ: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏନସିପି ମୁଖ୍ୟ ଶରଦ ପୱାରଙ୍କ ଜଣେ ସହଯୋଗୀଙ୍କ ଘରୁ ନଗଦ ୧କୋଟି ଟଙ୍କା ଓ ୨୫ କୋଟି ଟଙ୍କାର ସୁନା, ହୀରା ଅଳଙ୍କାର ଜବତ କରିଛି। ସହଯୋଗୀ ଜଣଙ୍କ ହେଉଛନ୍ତି ଈଶ୍ବରଲାଲ ​‌େ​‌ଜୖନ। ଈଶ୍ବରଲାଲ ପୂର୍ବରୁ ଏନସିପିର କୋଷାଧ୍ୟକ୍ଷ ପଦରେ ରହିଥିଲେ। ଇଡି ଈଶ୍ବରଲାଲଙ୍କ ଜାଲଗାଓଁ, ନାସିକ ଓ ଥାନେସ୍ଥିତ ବାସଭବନ ଓ କାର୍ଯ୍ୟାଳୟ ଆଦି ୧୩ଟି ସ୍ଥାନରେ ଚଢଉ କରିିଛି। ଚଢଉ କାଳରେ ୬୦ଟି ଜମିବାଡିର କାଗଜପତ୍ର ଜବତ କରାଯାଇଛି ଯାହାର ମୂଲ୍ୟ ୫୦କୋଟିରୁ ଅଧିକ ହେବ। ଏହା ସହିତ ୫୦ ନିୟୁତ ୟୁରୋର ସ୍ଥାୟୀ ଜମାର କାଗଜପତ୍ର ଜବତ ହୋଇଛି। ଈଶ୍ବରଲାଲ ଜୈନଙ୍କ ନାମରେ ତିନିଟି ଅଳଙ୍କାର କମ୍ପାନୀ ରହିଛି। ଏହି ଅଳଙ୍କାର କମ୍ପାନୀଗୁଡିକ ବିରୋଧରେ ଗତବର୍ଷ ଡିସେମ୍ବରରେ ସିବିଆଇ ମାମଲା ରୁଜୁ କରିଥିଲା। ରାଜମଲ ଲାଖିଚାନ୍ଦ ଜୁଏଲାରୀ, ଆରଏଲ୍ ଗୋଲ୍ଡ ଏବଂ ମନରାଜ ଜୁଏଲର୍ସ ନାମକ କମ୍ପାନୀ ଓ ସେମାନଙ୍କ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କମ୍ପାନୀଗୁଡିକ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ରୁ ୩୫୩ କୋଟି ଟଙ୍କା ଋଣ ନେଇ ଫେରସ୍ତ କରି ନଥିବା ଅଭିଯୋଗ ହୋଇଥିଲା। ସିବିଆଇର ଏତଲାକୁ ଆଧାର କରି ଇଡି ବେଆଇନ ଅର୍ଥ ହେରଫେର ମାମଲା ରୁଜୁ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories