www.samajalive.in
Monday, December 8, 2025
17.1 C
Bhubaneswar

କରୋନା ବିରୁଦ୍ଧରେ ଲଢେଇ, ପୂର୍ବତଟ ରେଳପଥ କର୍ମଚାରୀ ନେଲେ ଶପଥ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରାରମ୍ଭ କରାଯାଇଥିବା ଜନ ଆନ୍ଦୋଳନ ଅଭିଯାନରେ କରୋନା ବିରୁଦ୍ଧ ଲଢେଇକୁ ସମ୍ମାନ ଦେଇ ପୂର୍ବତଟ ରେଳପଥ ଏହି ଜନ ଆନ୍ଦୋଳନର ମୁଖ୍ୟ ବୈଶିଷ୍ଟ୍ୟ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ଅନୁସରଣ କରିବା ଏବଂ ଦୁଇ ଗଜ ଦୂରତା ରଖିବାର ଅଭ୍ୟାସ ଜାରି ରଖିବାକୁ ଏହାର କର୍ମଚାରୀ, ରେଳ ବ୍ୟବହାରକାରୀ ଏବଂ ଯାତ୍ରୀମାନଙ୍କୁ ନିବେଦନ କରିଛି।

ଏହି ଜନ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଭିଡିଓ କନଫେରେନସିଙ୍ଗ ମାଧ୍ୟମରେ ରେଳପଥର କର୍ମଚାରୀମାନଙ୍କୁ ସର୍ବଦା ସଜାଗ ରହିବାକୁ ଏବଂ କରୋନାରୁ ନିଜେ ତଥା ସେମାନଙ୍କ ସହକର୍ମୀଙ୍କ ପ୍ରତି ବିପଦ ନରଖିବାକୁ ଶପଥ ପାଠ କରାଇବା ସହ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପ୍ରତିଜ୍ଞା କରାଇଥିଲେ ଯାହାକି ଏହି ମାରାତ୍ମକ ଜୀବାଣୁର ବିସ୍ତାରକୁ ରୋକାଯାଇ ପାରିବ ଏବଂ ଅନ୍ୟ ଉପଯୁକ୍ତ କୋଭିଡ ଆଚରଣ ଅନୁସରଣ କରିବାକୁ ଅନ୍ୟମାନଙ୍କୁ ପ୍ରେରଣା ଏବଂ ଉତ୍ସାହିତ କରିବାକୁ ପ୍ରତିଜ୍ଞା କରାଇଥିଲେ। କର୍ମଚାରୀମାନେ ବିଶେଷ କରି ସର୍ବସାଧାରଣ ସ୍ଥାନରେ ସର୍ବଦା ମାସ୍କ ପିନ୍ଧିବାକୁ, ଅନ୍ୟମାନଙ୍କଠାରୁ ସର୍ବନିମ୍ନ ଦୂରତା ରଖିବାକୁ, ବାରମ୍ବାର ସାବୁନ୍ ଏବଂ ପାଣିରେ ହାତ ଧୋଇବାକୁ ଏବଂ କୋଭିଡ଼-୧୯ ବିରୁଦ୍ଧରେ ଲଢେଇ କରିବାକୁ ଶପଥ ନେଇଛନ୍ତି।

- Advertisement -

ଭିଡିଓ କନଫେରେନସିଙ୍ଗ ମାଧ୍ୟମରେ କରୋନା ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ଶପଥ ପାଠ ଉତ୍ସବରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ କର୍ମଚାରୀମାନେ ମଧ୍ୟ ସାମାଜିକ ଦୂରତା ରଖି ଶପଥ ପାଠ ଉତ୍ସବରେ ଭାଗ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories