www.samajalive.in
Monday, December 8, 2025
17.1 C
Bhubaneswar

ତୁରୁମୁଙ୍ଗାରେ ଅଣ୍ଡରପାସ ପାଇଁ ଦାବି ଜୋର ଧରିଲା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାଠାରେ ୪୯ ନମ୍ବର ଜାତୀୟ ରାଜପଥରେ ଦୁଇଟି ଅଣ୍ଡରପାସ ପାଇଁ ଦାବି ଜୋର ଧରିଛି। ପୁରୁଣା ୨ ଲେନ ଜାତୀୟ ରାଜପଥ ଏଠାରେ ୪ ଲେନ ହେବା ପରେ ବଜାର ଅଞ୍ଚଳରେ ଚଳପ୍ରଚଳ କରିବା ବିପଦଜନକ ହୋଇ ପଡିଛି। ତେଣୁ ତୁରୁମୁଙ୍ଗା ପଞ୍ଚାୟତ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ତୁରୁମୁଙ୍ଗାର ଡାକ୍ତରଖାନା ଛକ ଏବଂ ଝାରବେଡା ଛକରେ ଦୁଇଟି ଅଣ୍ଡରପାସ ନିର୍ମାଣ ଦାବିରେ କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡକରୀ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ପାଟଣା ବିଧାୟକ ଜଗନ୍ନାଥ ନାଏକ, କେନ୍ଦୁଝର ଜିଲ୍ଲାପାଳ, ପାଟଣା ତହସିଲଦାର, କେନ୍ଦୁଝରରେ ଅବସ୍ଥାପିତ ଜାତୀୟ ରାଜପଥ କର୍ତୃପକ୍ଷ ଏବଂ ରାସ୍ତା ନିର୍ମାଣକାରୀ ଠିକା କମ୍ପାନୀ ମଣ୍ଟେକାର୍ଲୋକୁ ଦାବିପତ୍ର ପ୍ରଦାନ କରାଯାଇଛି। ଜାତୀୟ ରାଜପଥର ପୂର୍ବ ପାର୍ଶ୍ଵରେ ତୁରୁମୁଙ୍ଗା ଡାକ୍ତରଖାନା, ନେସ୍କୋ କାର୍ୟ୍ୟାଳୟ, ପଶୁ ଡାକ୍ତରଖାନା, ବ୍ୟାଙ୍କ ଅଫ ଇଣ୍ଡିଆ, ଆଇଟିଆଇ, ଦଧିବାମନ କଲେଜ, ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ପଂଚାୟତ କାର୍ୟ୍ୟାଳୟ, ଆରଆଇ ଅଫିସ, ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଆର୍ୟୁବେଦିକ ଚିକିତ୍ସାଳୟ, ଉଠା ଜଳସେଚନ କାର୍ୟ୍ୟାଳୟ, କୃଷି କାର୍ୟ୍ୟାଳୟ, ଥାନା, ଆରଡି ଅଫିସ, ଏକଲବ୍ୟ ବିଦ୍ୟାଳୟ ଆଦି ରହିଛି। ଅପରପାଶ୍ୱର୍ରେ ଷ୍ଟେଟ ବ୍ୟାଙ୍କ, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ, ଉପ ଡାକଘର, ଗ୍ୟାସ ଗୋଦାମ, ବନବିଭାଗ ନର୍ସରୀ ଆଦି ରହିଛି। ଏପରିକି ଚମ୍ପୁଆ-ତୁରୁମୁଙ୍ଗା ରାସ୍ତା ମଧ୍ୟ ଏଠାରେ ୪୯ ନମ୍ବର ଜାତୀୟ ରାଜପଥରେ ମିଶିଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ରୋଗୀ, କୃଷିଜୀବି, ସର୍ବସାଧାରଣ ବିଭିନ୍ନ କାମ ପାଇଁ ରାସ୍ତାର ଏପଟ ସେପଟ ହେବା ସହ ଚଳପ୍ରଚଳ କରୁଥିବାରୁ ତୁରୁମୁଙ୍ଗାରେ ୨ ଟି ଅଣ୍ଡରପାସ ନିର୍ମାଣ କରାଯିବା ପାଇଁ ଦାବି କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories