www.samajalive.in
Saturday, December 6, 2025
26.1 C
Bhubaneswar

ଅତ୍ୟଧିକ ମିଠା ସେବନ କରୁଥିଲେ ସାବଧାନ

ସାରା ଦୁନିଆରେ ଏପରି ଅନେକ ଲୋକ ରହିଛନ୍ତି, ଯାହାଙ୍କୁ ମିଠା ଖାଇବା ଖୁବ ପସନ୍ଦ । ବିଶେଷ କରି ଭାରତୀୟମାନେ କିଛି କିଛି ପ୍ରକାରେ ମିଠା ନିଶ୍ଚୟ ଖାଇଥାଆନ୍ତି । ତାହା ଚା’ ହେଉ ଅଥବା ଚକୋଲେଟ । ଯେଉଁମାନଙ୍କୁ ମିଠା ଖାଇବା ଖୁବ ପସନ୍ଦ ସେମାନେ ଯେକୌଣସି ପ୍ରକାର ମିଠା ନିଶ୍ଚୟ ଖାଇଥାଆନ୍ତି । ଏହାଦ୍ୱାରା ମନକୁ ଶାନ୍ତି ମିଳିଥାଏ । ମିଠା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥିଲେ ମଧ୍ୟ ଅତ୍ୟଧିକ ମିଠାର ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ । ଏହାସହ ବ୍ୟାୟାମ ମଧ୍ୟ ଅନେକ ଲୋକେ ସଠିକ ଭାବେ କରିନଥାଆନ୍ତି । ତେଣୁ ମିଠାର ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।
ଉଚିତ ମାତ୍ରାରେ ମିଠାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇପାରେ । ବିଶେଷଜ୍ଞଙ୍କ ମତରେ ଡାର୍କ ଚକୋଲେଟ ଭଳି ମିଠା ଜିନିଷ ଖାଇବା ଦ୍ୱାରା ହୃଦୟ ପାଇଁ ଉତ୍ତମ ହେବା ସହ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ।
ମିଠା ଖାଦ୍ୟରେ କ୍ୟାଲୋରୀ ମାତ୍ରା ଅଧିକ ଥିବାରୁ ଏହାର ଅତ୍ୟଧିକ ସେବନ ଦ୍ୱାରା ଏହା ଓଜନ ବୃଦ୍ଧିର କାରଣ ହୋଇଥାଏ । ମଧୁମେହ, ହୃଦୟ ଜନିତ ସମସ୍ୟା ସହ ଅନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।
ବିଶେଷଜ୍ଞଙ୍କ ମତରେ ମିଠା ଅଧିକ ସେବନ ଦ୍ୱାରା ଏହା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ । ଫଳରେ ମଧୁମେହର ସମ୍ଭାବନା ଅଧିକ ଥାଏ । ମଧୁମେହ ରୋଗୀଙ୍କୁ ମଧ୍ୟ ମିଠା ଖାଇବାକୁ ବାରଣ କରାଯାଇଥାଏ ।
ଅଧିକ ମିଠାର ସେବନ ଦ୍ୱାରା ରୋଗପ୍ରତିରୋଧକ କ୍ଷମତା ବୃଦ୍ଧିରେ ସମସ୍ୟା ସୃଷ୍ଟି ହୋଇଥାଏ ।ଫଳରେ ସହଜରେ ଥଣ୍ଡା ଜ୍ୱର ଅନ୍ୟ ସଂକ୍ରମଣ ସହଜରେ ହୋଇଥାଏ । ଏହାସହ ଲଗାତାର ମିଠା ଖାଇବା ଦ୍ୱାରା ହାଡ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ ।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories