www.samajalive.in
Saturday, December 6, 2025
16.1 C
Bhubaneswar

ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭବ

ନୂଆଦିଲ୍ଲୀ : ଅରୁଣାଞ୍ଚଳ ପ୍ରଦେଶରେ ଗୁରୁବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୭ ରେକର୍ଡ କରାଯାଇଛି । ଏହି ଝଟକା ପଶ୍ଚିମ ସିଆଙ୍ଗ୍‌ ଜିଲାରେ ଅନୁଭବ ହୋଇଛି । ଏନସିଏସ ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ଅରୁଣାଞ୍ଚଳ ପ୍ରଦେଶର ବାସରରୁ ୫୨ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମ ଥିଲା । ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ସୂଚନା ମିଳିଛି ।
ସେହିପରି ଶିବସାଗର ସହିତ ଆସାମର କେତେକ ସ୍ଥାନରେ ଗୁରୁବାର ପ୍ରାୟ ୧୦ଟା୩୦ରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ କରାଯାଇଛି । ଏଥିରେ କୌଣସି ଧନଜୀବନହାନୀ ହୋଇନଥିବା ନେଇ ଖବର ମିଳିଛି । ସୂଚନାନୁଯାୟୀ, ଭୂକମ୍ପର ତିବ୍ରତା ହାଲକା ଥିବା ବେଳେ ଆସାର କେତେକ ଜିଲାରେ ଭୂକମ୍ପ ଅନୁଭବ ହୋଇଛି ।
ସେହିପରି ଆଣ୍ଡାମାନ ନିକୋବରରେ ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ ସୂଚନା ଅନୁଯାୟୀ, ଭୂକମ୍ପର ପ୍ରାୟ ୨ଟା ୨୯ରେ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ କରାଯାଇଛି । ଏଥିରେ ଧନଜୀବନ ହାନୀ ହୋଇନାହିଁ ବୋଲି ସୂଚନା ମିଳିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories