ଇଟାନଗର : ଭୂକମ୍ପ ଝଟକାରେ ଥରିଲା ଅରୁଣାଞ୍ଚଳ ପ୍ରଦେଶ। ଆଜି ସକାଳ ପ୍ରାୟ ୮ଟା୫୦ରେ ଅରୁଣାଞ୍ଚଳ ପ୍ରଦେଶର ପାନଙ୍ଗିନ୍ର ଉତ୍ତରରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୦ ରେକର୍ଡ କରାଯାଇଛି। ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ମିଳି ନାହିଁ। ଏହା ପୂର୍ବରୁ ୨୨ ଜୁଲାଇରେ ମଧ୍ୟ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୩ ରେକର୍ଡ କରାଯାଇଛି।
Popular Categories



