www.samajalive.in
Saturday, December 6, 2025
19.1 C
Bhubaneswar

ସମୁଦ୍ରରେ ବୁଡିଯିବା ବେଳେ ଉଦ୍ଧାର ହେଲେ ଦୁଇ ପର୍ଯ୍ୟଟକ, ମା’ ଓ ପୁଅ

ଗୋପାଳପୁର: କୋଲକାତାରୁ ଆସିଥିବା ଏକ ପରିବାର ସମୁଦ୍ରରେ ସ୍ନାନ କରିବା ସମୟରେ ସ୍ରୋତରେ ଭାସି ଯାଉଥିବା ବେଳେ ବେଳାଭୂମିରେ ନିୟୋଜିତ ଲାଇଫ ଗାର୍ଡ ଓ ସ୍ଥାନୀୟ ଦୋକାନୀଙ୍କ ସହାୟତା ରେ ଦୁଇ ଅମୂଲ୍ୟ ଜୀବନ ବଞ୍ଚିଯାଇଥିବା ଜଣାପଡ଼ିଛି। କୋଲକାତାରୁ ପ୍ରଦୀପ କୁମାର ଦତ୍ତ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ମଙ୍ଗଳବାର ଗୋପାଳପୁର ବୁଲିବାକୁ ଆସି ସ୍ଥାନୀୟ ହୋଟେଲ୍ ଓସିଏନ ଇନ୍ ରେ ରହୁଥିଲେ। ବୁଧବାର ୧୧ଟା ବେଳେ ପ୍ରଦୀପ ତାଙ୍କ ସ୍ତ୍ରୀ ଚମ୍ପା ଓ ୫ ବର୍ଷର ପୁଅ ପରୀକ୍ଷିତକୁ ସାଙ୍ଗରେ ନେଇ ହୋଟେଲ ସି ସାଇଡ ବ୍ରିଜ ସମ୍ମୁଖ ସମୁଦ୍ର କୂଳରେ ଗାଧୋଉଥିଲେ। ପ୍ରଦୀପ ଜଣେ ବିକଳାଙ୍ଗ ହୋଇଥିବାରୁ ସେ କୂଳରେ ରହି ସ୍ନାନ ର ମଜ୍ଜା ନେଉଥିଲେ। ଦିନ ପ୍ରାୟ ସାଢେ ୧୧ଟା ବେଳେ ଅଚାନକ ଏକ ବଡ଼ ଲହରୀ ମାଡ଼ରେ ଚମ୍ପା ଓ ତାଙ୍କ ପୁଅ ପରୀକ୍ଷିତ ସମୁଦ୍ର ମଧ୍ୟକୁ ଟାଣି ହୋଇ ଯାଇଥିଲେ। ଏହା ଦେଖି ପ୍ରଦୀପ ଜୋରରେ ପାଟି କରିବାରୁ କୂଳରେ ବୁଲୁଥିବା ବ୍ରହ୍ମପୁର ଅଞ୍ଚଳର ଜୈନିକ ଛାତ୍ର ଜୋନ ମଣ୍ଡଳ ଓ ବେଳାଭୂମିରେ ଝାଲମୁଡି ବିକ୍ରି କରୁଥିବା ଭି ବୈରାଗୀ ସମୁଦ୍ରକୁ ଲମ୍ଫ ମାରି ସେମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ଏଥିସହ ବେଳାଭୂମି ସୁରକ୍ଷାରେ ନିୟୋଜିତ ରହିଥିବା ଦୁଇ ଲାଇଫ ଗାର୍ଡ ବି ଚିଟିବାବୁ ଓ ଦେବେନ୍ଦ୍ର ପାଢ଼ୀ ତାଙ୍କ ନିକଟରେ ଥିବା ସୁରକ୍ଷା ସାମଗ୍ରୀ ନେଇ ପ୍ରାୟ ୧୫ ମିନଟ କାଳ ସଂଘର୍ଷ କରି ମା ଓ ପୁଅକୁ ଜୀବିତ ଉଦ୍ଧାର କରିଥିଲେ। ଏମାନଙ୍କୁ ଦୁଇ ଲାଇଫ ଗାର୍ଡ ପ୍ରାଥମିକ ଚିକିତ୍ସା ପୂର୍ବକ ପେଟରୁ ପାଣି ବାହାର କରିବା ପରେ ଚିକିତ୍ସା ନିମନ୍ତେ ଗୋପାଳପୁର ମେଡିକାଲ ପଠାଇଥିଲେ। ବର୍ତ୍ତମାନ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସୁସ୍ଥ ଥିବା ଜଣାପଡିଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories