www.samajalive.in
Saturday, December 6, 2025
26.1 C
Bhubaneswar

ଓଡିଶା ଡ୍ରାଇଭର ମହାସଂଘର ସ୍ୱତନ୍ତ ବୈଠକ

ଝୁମ୍ପୁରା : ଝୁମ୍ପୁରା ବ୍ଲକର ଜଗଦଳା ଠାରେ ଓଡିଶା ଡ୍ରାଇଭର ମହାସଂଘର ଏକ ସ୍ୱତନ୍ତ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିଥି ଭାବେ ରତ୍ନାକାର ମହାନ୍ତ, ହାଡିବନ୍ଧୁ ଗିରି, ସିଦ୍ଧାନ୍ତ ଗୋପ, ହାବୁଲୁ ମହାନ୍ତ, ତ୍ରିନାଥ ମହାପାତ୍ର, ଜିତେନ୍ଦ୍ର ଶେଖର ଦେଓ, ମାୟାଧର ମହାନ୍ତ, ଯୁଧିଷ୍ଠିର ମହାନ୍ତ, ଅର୍ଜୁନ ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ ।

ଡ୍ରାଇଭର ମାନେ କରୋନା ମୁକାବିଲା ସମୟରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟିଛନ୍ତି। ସରକାର ସମସ୍ତଙ୍କ ପାଇଁ କିଛି କିଛି ସୁବିଧା କରିଥିବା ବେଳେ ଡ୍ରାଇଭରମାନଙ୍କୁ ସଂପୂର୍ଣ୍ଣ ଭାବରେ ଅଣଦେଖା କରି ଦେଇଛନ୍ତି। ଡ୍ରାଇଭର ମାନଙ୍କ ଜୀବନ ଜୀବିକା ସୁରକ୍ଷା ବିପର୍ଯ୍ୟସ୍ତ ତେଣୁ ସରକାର ଡ୍ରାଇଭର ମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ସହିତ ଡ୍ରାଇଭର ମାନଙ୍କ ରହିଥିବା ସର୍ତ୍ତ ଗୁଡିକ ପୂରଣ କରିବା ଦିଗରେ ସ୍ୱତନ୍ତ ଧ୍ୟାନ ଦେବାକୁ ଓଡିଶା ଡ୍ରାଇଭର ମହାସଂଘର ସ୍ୱତନ୍ତ୍ର ବୈଠକରେ ଯୋଗଦାନ କରିଥିବା କର୍ମକର୍ତ୍ତା ମନେ ଦାବି କରିଛନ୍ତି । ଡ୍ରାଇଭର ମାନଙ୍କ ମୁଖ୍ୟ ସମସ୍ୟା ମଧ୍ୟରେ ଡ୍ରାଇଭର ମାନଙ୍କର ଏକ ନିର୍ଦ୍ଧାରୀତ ମୂଲ୍ୟାଙ୍କନ କରାଯାଉ, ଡ୍ରାଇଭର ମାନଙ୍କ ନିର୍ଦ୍ଧାରୀତ ସମୟ ସୀମା କରାଯାଉ। ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜ ପାଇଁ ସ୍ୱତନ୍ତ ଆଇନ ପ୍ରଣୟନ, ଡ୍ରାଇଭର ମାନଙ୍କର ଦୁର୍ଘଟଣା ବସତଃ ମୃତ୍ୟୁ ହେଲେ ୨୦ଲକ୍ଷ ଟଙ୍କା ଏବଂ ଅର୍କମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ, ୫୫ ବର୍ଷ ପରେ ପେନସନ ଲାଗୁ, ଡ୍ରାଇଭର ମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ଆବାସ ଯୋଜନା ଘୋଷଣା କରିବା ପାଇଁ ଦାବି କରାଯାଇଛି । ପିଲାମାନଙ୍କ ନିମନ୍ତେ ଉଚ୍ଚ ଶିକ୍ଷାର ସ୍ୱତନ୍ତ ବ୍ୟବସ୍ଥା, ରାସ୍ତାରେ ପ୍ରଶାସନ ପକ୍ଷରୁ କୌଣସି ହଇରାଣ କରାନ ଯିବା, ଡ୍ରାଇଭର କଲ୍ୟାଣ ପାଣ୍ଠି ଗଠନ କରିବାକୁ ଡ୍ରାଇଭର ମହାସଂଘ ତରଫରୁ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ସରକାର ଡ୍ରାଇଭର ମାନଙ୍କ ଦାବିକୁ ନ ମାନନ୍ତି ତା ହେଲେ ଆଗାମୀ ଦିନରେ ଡ୍ରାଇଭର ମାନେ ସମୂହ ଭାବରେ କାର୍ଯ୍ୟରୁ ନିବୃତ୍ତ ରହିବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ପ୍ରଶାନ୍ତ ମହାନ୍ତ ଏବଂ ଯୁଗୋଳ କିଶୋର ବାରିକ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories