www.samajalive.in
Monday, December 8, 2025
14.1 C
Bhubaneswar

ଡିସେମ୍ବର ସୁଦ୍ଧା ସବୁ ସହରାଞ୍ଚଳକୁ ପାଇପ ପାଣି

ଭୁବନେଶ୍ୱର : ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମର ସମୀକ୍ଷା କରି ଆସନ୍ତା ଡିସେମ୍ବର ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ପାନୀୟଜଳ ଭିତ୍ତିଭୂମି ନିର୍ମାଣ ପାଇଁ ବର୍ଷକୁ ଅତି କମରେ ୩ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ସେ କହିଛନ୍ତି। ସେହିପରି ବୈଠକରେ ହୋଇଥିବା ଆଲୋଚନାରୁ ଜଣାଯାଇଛି, ସହରାଞ୍ଚଳରେ ସମସ୍ତଙ୍କୁ ପାଇପ ପାଣି ଯୋଗାଣର ଲକ୍ଷ୍ୟ ଚଳିତବର୍ଷ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ।
ସହରାଞ୍ଚଳରେ ଦୈନିକ ୧୦୮୫ ମିଲିୟନ ଲିଟର ପାନୀୟଜଳ ଯୋଗାଣର ଆବଶ୍ୟକତା ନେଇ ଥିବା ଲକ୍ଷ୍ୟ ୨୦୧୮-୧୯ ଆର୍ଥିକ ବର୍ଷରେ ପୂରଣ କରାଯିବ। ଏହା ନିର୍ଦ୍ଧାରିତ ସମୟର ୪ବର୍ଷ ପୂର୍ବରୁ ପୂରଣ କରାଯାଉଥିବା ସୂଚନା ଦିଆଯାଇଛି। ସେହିପରି ଚଳିତ ଆର୍ଥିକବର୍ଷ ସୁଦ୍ଧା ୧୧,୩୨୫ କିମି ଦୀର୍ଘ ପାନୀୟଜଳ ଯୋଗାଣ ନେଇ ରଖାଯାଇଥିବା ଲକ୍ଷ୍ୟ ପୂରଣ କରାଯିବ। ଗତବର୍ଷ ଏହା ୭୩୯୧ କିମି ଥିଲା।
ସହରାଞ୍ଚଳର ପ୍ରତ୍ୟେକ ଘରକୁ ପାଇପ ପାଣି ଯୋଗାଣ ଲକ୍ଷ୍ୟ ରାଜ୍ୟ ସରକାରଙ୍କ ପ୍ରାଥମିକତା ହୋଇଥିବାରୁ ଏହାକୁ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ବୈଠକରେ ବସୁଧା ଏବଂ ଅନ୍ୟାନ୍ୟ ବୃହତ ପାନୀୟଜଳ ଯୋଗାଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା।
ଗ୍ରାମାଞ୍ଚଳ ପାନୀୟଜଳ ଯୋଗାଣ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଥିଲା ଯେ ଆଂଶିକ ଭାବେ ପାନୀୟଜଳ ସୁବିଧା ଥିବା ସମସ୍ତ ଜନବସତିକୁ ସମ୍ପୂର୍ଣ୍ଣ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ୨୦୧୪ରୁ ୨୦୧୮ ମଧ୍ୟରେ ୪୮,୭୬୬ ଆଂଶିକ ସୁବିଧା ଥିବା ଜନବସତିକୁ ସମ୍ପୂର୍ଣ୍ଣ ପାନୀୟଜଳ ଯୋଗାଣ ସୁବିଧା ପ୍ରଦାନ କରାଯାଇଛି। ସେହିପରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ଅତି କମରେ ଦୁଇଟି ଗାଁକୁ ପାଇପ ପାଣି ପ୍ରକଳ୍ପର ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ୫୬୯୦ଟି ପଞ୍ଚାୟତର ଦୁଇଟି ଲେଖାଏଁ ଗାଁକୁ ପାନୀୟଜଳ ସୁବିଧା ଦିଆଯାଇପାରିଛି। ୨୦୧୭-୧୮ ଓ ୨୦୧୮-୧୯ ପାଇଁ ନିର୍ଦ୍ଧାରିତ ସମସ୍ତ ବୃହତ ଜଳ ପ୍ରକଳ୍ପଗୁଡ଼ିକୁ ନିର୍ଦିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ବୈଠକରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ,ପାନୀୟଜଳ ଓ ପରିମଳ ବିଭାଗ ନିର୍ଦେଶିକାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories