www.samajalive.in
Saturday, December 6, 2025
26.1 C
Bhubaneswar

ସଞ୍ଜୟ କାପୁର ଜାତୀୟ ଚେସ୍‌ ଫେଡେରେଶନ ଅଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ: ଜାତୀୟ ଚେସ୍‌ ଫେଡେରେଶନର ନୂଆ ଅଧ୍ୟକ୍ଷ ଭାବେ ଡା. ସଞ୍ଜୟ କାପୁର ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ଲାଗି ଉତ୍ତର ଭାରତର ଜଣେ ବ୍ୟକ୍ତି ଏହି ପଦବୀ ଅଳଙ୍କୃତ କରିଛନ୍ତି। ଡା. କାପୁର ଏବଂ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଚେନ୍ନାଇର ପି.ଆର. ଭେଙ୍କଟ ରାମ ରାଜାଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଡା. କାପୁର ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ମାତ୍ର ୨ଟି ଭୋଟରେ ହରାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଫେଡେରେଶନର ସମ୍ପାଦକ ଭାବେ ଭାରତ ସିଂହ ଚୌହ୍ବାନ ନିର୍ବାଚନରେ ବିଜୟୀ ହୋଇଛନ୍ତି।

ଏହା ବ୍ୟତୀତ ଫେଡେରେଶନର ଉପାଧ୍ୟକ୍ଷ ପଦବୀରେ ଅନନ୍ତ ଡି.ପି., ଭାବେଶ ପଟେଲ, ବିପନେଶ ଭରଦ୍ବାଜ, ଅଜୟ ଅଜମେରା, ପି.ସି. ଲଲିୟନଥଙ୍ଗା, ଇଞ୍ଜିନିୟର ନୟାପୁଙ୍ଗ କୋନିଆ ନିର୍ବାଚିତ ହୋଇଥିବାବେଳେ ଯୁଗ୍ମ ସଚିବ ପଦ ପାଇଁ ରାଜେଶ ଆର., ମହେନ୍ଦ୍ର ଧକାଲ, ଅତୁଲ କୁମାର, ମୁଗାହୋ ଆୱାମୀ, ଦିଲଜିତ୍‌ ଖନ୍ନା, ଅତାନୁ ଲାହିର ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ସେହିପରି କୋଷାଧ୍ୟକ୍ଷ ପଦବୀରେ ନରେଶ ଶର୍ମା ବିଜୟୀ ହୋଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଜାତୀୟ ଚେସ୍‌ ଫେଡେରେଶନର କାର୍ଯ୍ୟକର୍ତ୍ତା ନିର୍ବାଚନ ଲାଗି ମାଡ୍ରାସ ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ନିର୍ବାଚନ ଅଧିକାରୀ କେ. କାନନଙ୍କ ଦ୍ବରା ସମ୍ପନ୍ନ ହୋଇଥିଲା। ଡା. ସଞ୍ଜୟ କାପୁରଙ୍କ ବିଜୟ ପରେ ଚେସ୍‌ ପ୍ରେମୀମାନେ ଖୁସି ବ୍ୟକ୍ତ କରିଛନ୍ତି।

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories