www.samajalive.in
Sunday, December 7, 2025
14.1 C
Bhubaneswar

ଆରପାରିରେ ସୁନାମଧନ୍ୟ ବିଶିଷ୍ଟ ସମାଜସେବୀ ଡ. ସାଧୁରମ ଅଗ୍ରୱାଲ, କଳାହାଣ୍ଡି ମାଟି ହରାଇଲା ଏକ ସୁଯୋଗ୍ୟ ସନ୍ତାନ

ନର୍ଲା: ନର୍ଲା ବ୍ଲକର ରୁପ୍ରାରୋଡର ବିଶିଷ୍ଟ ସମାଜସେବୀ, ରୁପ୍ରାରୋଡ ହାଇସ୍କୁଲର ପୂର୍ବତନ ପ୍ରତିଷ୍ଠାତା ସମ୍ପାଦକ ଡ.ସାଧୁରାମ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି। କଳାହାଣ୍ଡି ପୂର୍ବତନ ସାଂସଦ ରାସବିହାରୀ ବେହେରା ଓ ଜଗନ୍ନାଥ ପଟ୍ଟନାୟକ, ବିଧାୟକ ଭୂପିନ୍ଦର ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାଏକ, ପୂର୍ବତନ ବିଧାୟକ କୁମରମଣି ଶବର, ଜୟନ୍ତ ବେହେରା, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ଜିଲ୍ଲା ବିଜେଡି ଉପ ସଭାପତି ଚିତରଂଜନ ମଣ୍ଡଳ, ସମାଜସେବୀ ମନୋଜ କୁମାର ପଟ୍ଟନାୟକ, କୁମୁଦ ନାଏକ, ଅନିରୁଦ୍ଧ ବିଶ୍ୱାଳ,ଅଶୋକ ଚାନ୍ଦ, ଦେବୀଦେବ ଶର୍ମା, ମେଦିନୀଧର ଜାନୀ, ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ, ସମାଜସେବୀ ସଜ୍ଜନ୍ ଅଗ୍ରୱାଲ ପ୍ରମୁଖ ସ୍ବର୍ଗତ ସାଧୁରାମ ଅଗ୍ରୱାଲ୍‌ଙ୍କ ବିୟୋଗରେ ଗଭୀର ଶୋକ କରିଛନ୍ତି ଓ ତାଙ୍କ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି। ଆଜି କଳାହାଣ୍ଡି ମାଟି ଏକ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ସେମାନେ ପ୍ରକାଶ କରିଛନ୍ତି।

- Advertisement -

ସ୍ବର୍ଗତ ସାଧୁରାମ ଅଗ୍ରୱାଲ୍‌ ମାନବ ସେବା ହିଁ ମାଧବ ସେବା ଭାବେ ନିଜ ଜୀବନର ବ୍ରତ ଗ୍ରହଣ କରିଥିଲେ। ଅନ୍ୟକୁ ସାହାଯ୍ୟ ସେବାରେ ସେ କେବେ ପଛଘୁଞ୍ଚା ଦେଇନଥିଲେ। ଏହାକୁ ନେଇ ନିକଟରେ ସେ କଲକାତା ଠାରେ ରୟାଲ ଆମେରିକାନ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ନିକଟରେ ସେ ରୁପ୍ରାରୋଡ ହାଇସ୍କୁଲକୁ ପୋଷ୍ୟ ଗ୍ରହଣ କରିଥିଲେ। ଅତୀତରେ କଳାହାଣ୍ଡିରେ ଡାକ୍ତରଖାନା, ରାସ୍ତାଘାଟଠାରୁ ଆରମ୍ଭ କରି ରୁପ୍ରାରୋଡରେ ରେଳ ଷ୍ଟେସନରେ ରେଳ ରହଣୀ କରିବାରେ ତାଙ୍କର ଅଦ୍ୱିତୀୟ ଭୂମିକ ଥିଲା। ସାଧାରଣ ଲୋକଙ୍କ ସେବାରେ ପରାକ୍ରମୀ ଥିଲେ। କଳାହାଣ୍ଡି ଜିଲାରେ ଟିଡିଏମ କାର୍ଯ୍ୟାଳୟ ପ୍ରତିଷ୍ଠାରେ ମଧ୍ୟ ତାଙ୍କର ଭୂମିକା ଅବିସ୍ମରଣୀୟ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories