www.samajalive.in
Saturday, December 6, 2025
26.1 C
Bhubaneswar

ଗୁଡଭେଲାରେ ବ୍ଲକରେ ଘରକୁ ଘର ଯାଇ କରୋନା ଲକ୍ଷଣ ଯାଞ୍ଚ

ଗୁଡଭେଲା : ରାଜ୍ୟ ସରକାର କରୋନା ସଂକ୍ରମଣ ଧାରାକୁ ଭାଙ୍ଗିବା ପାଇଁ ଗୁଡଭେଲା ବ୍ଲକରେ ଘରକୁ ଘର ବୁଲି କରୋନା ଲକ୍ଷଣ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତିନି ମାସ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗୁଡଭେଲା ଗୋଷ୍ଠୀ ଉନ୍ନୟନ ଅଧିକାର ସୂର୍ଯ୍ୟ କୁମାର ନାୟକ, ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାର ଡା.ସୁମିତ କୁମାର ମେହେର, ବିପିଏମ୍‍ ମନୋଜ କୁମାର ପଟେଲ, ସିନିଅର୍‍ ଟେକ୍ନିସିଏନ ଭବାନୀଶଙ୍କର ସାମଲ, ପିଏଜ୍‍ଇଓ ରିକୁ ଭୋଇ ସହ ଗୁଡଭେଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପ୍ରତିମା ଚୋପଦାରଙ୍କ ତତ୍ତ୍ୱାବଧାନରେ ୧୧ ଜଣ ସ୍ୱାସ୍ଥ୍ୟ କର୍ମୀ,୯୪ ଜଣ ଆଶା କର୍ମୀ ଏବଂ ୧୧୦ ଜଣ ଅଙ୍ଗନୱାଡି କର୍ମୀ ଗୁଡଭେଲା ବ୍ଲକ ୧୦୪ଟି ଗ୍ରାମରେ ଘରକୁ ଘର ଯାଇ ଜ୍ୱର, ଶୁଖିଲା କାଶ, ଶ୍ୱାସ କ୍ରିୟାରେ କଷ୍ଟ ହେବା, ପତଳା ଝାଡା, ଦେହହାତ ଘୋଳାବିନ୍ଧା, ଆଖି ଲାଲ ପଡିବା, ସ୍ୱାଦ ଏବଂ ବାସ୍ନା ପଳାଇବା ଭଳି କରୋନା ଲକ୍ଷଣ ଥିଲେ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଜଣାଇବା ସହ ଉଚ୍ଚ ରକ୍ତଚାପ, ମଧୁମେୟ, ଯକ୍ଷ୍ମା, କୁଷ୍ଠ ଆଦି ରୋଗୀ ସହିତ ଶିଶୁ ଓ ଗର୍ଭବତୀଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ ପରେ ଚିକିତ୍ସା ବ୍ୟବସ୍ଥା କରିବେ ବୋଲି ଗୁଡଭେଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯେଉଁମାନଙ୍କୁ ଜ୍ୱର ହେଉଛି, କିନ୍ତୁ କରୋନା ପରୀକ୍ଷାରେ ଅଣସଂକ୍ରମିତ ଆସୁଛି ସେମାନଙ୍କୁ ମ୍ୟାଲେରିଆ ପରୀକ୍ଷା କରିବାକୁ ଏବଂ ଔଷଧଯୁକ୍ତ ମଶାରି ବ୍ୟବହାର କରିବାକୁ ଲୋକଙ୍କୁ ସଚେତନା କରୁଛନ୍ତି। ପ୍ରତେକ ଘରକୁ ଓଆର୍‍ଏସ୍‍ ପାଉଡର ବ୍ୟବସ୍ଥା କରାଯାଇଛିି। ଆଜି ଜାମୁଟ ଗାଁରେ ଆଶା କର୍ମୀ ନିରୁପମା ନାଗ, ଆଶା ସାଥୀ ସରୋଜିନୀ ପାତ୍ର ,ଅଙ୍ଗନବାଡି କର୍ମୀ ପ୍ରଭାସିନୀ ବଙ୍ଗାରୀ, ଜାମୁଟ ସରପଂଚ ତାରାବତୀ ହରପାଳ, ୱାର୍ଡ ସଭ୍ୟ ଲକ୍ଷେ ମହାକୁର, ସଭ୍ୟା ସନ୍ତୋଷିନୀ ମାଝୀ, ସଭ୍ୟା ଯାଜ୍ଞସିନି ନାହାକ, ଗ୍ରାମ୍ୟ ସ୍ୱାସ୍ଥ୍ୟ ସମୀକ୍ଷକ ପ୍ରତାପ ସାହୁ ,ସାନଡଙ୍ଗର ଗାଁରେ ଅଙ୍ଗନବାଡି କର୍ମୀ ଉର୍ବଶି କୁମୁରା, ଆଶା କର୍ମୀ ସୁଭାଷିନୀ ପୂଜାରୀ, ବିରାମୁଣ୍ଡାରେ ଆଶା ସାଥୀ ଭାଗ୍ୟବତୀ ରଣା, ଅଙ୍ଗନବାଡି କର୍ମୀ ମଞ୍ଜୁଲତା ସାହୁଙ୍କୁ ସହ ଜନକପୁର ଅଙ୍ଗନୱାଡି କର୍ମୀ ଗୁଣ୍ଡିଚା ପଧାନ ଘରକୁ ଘର ଯାଇ ସଚେତନ କରିବା ସହ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟ କରୁଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories