www.samajalive.in
Monday, December 8, 2025
27.1 C
Bhubaneswar

ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ସମୀକ୍ଷା ଓ ମିଶନ ଜିରୋଏଫ୍‍ ପ୍ରସ୍ତୁତି ବୈଠକ

ବାଙ୍କୀ : ଶୁକ୍ରବାର ଅପରାହ୍ନରେ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଡମପଡା ବ୍ଲକରେ ଶିକ୍ଷାର ବିକାଶ ଓ ମୋ ସ୍କୁଲ ପରିଚାଳନା ,ମିଶନ ଜିରୋ ସମ୍ପର୍କିତ ଏକ ସମୀକ୍ଷା ବୈଠକ ବ୍ଲକ ଶିକ୍ଷାଧିକାରୀ ପ୍ରିୟମ୍ବଦା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଭାବରେ ଯୋଗଦାନ କରିଥିବା ବ୍ଲକ ଶିକ୍ଷାଧିକାରୀଙ୍କର ଏହା ୧ମ ସମୀକ୍ଷା ଓ ଉନ୍ନୟନ ଦିଗ୍‍ଦର୍ଶନ ବୈଠକ ବୋଲି ସୂଚନା ମିଳିଛି। ବୈଠକରେ ବି.ଆର.ସି.ସି ଗଦାଧର ପ୍ରଧାନ ଆଲୋଚନାର ଆଭିମୁଖ୍ୟ ପ୍ରଦାନ କରିଥିଲା ବେଳେ ସହକାରୀ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ବେହେରା,ଅଶୋକ କୁମାର ପଟ୍ଟନାୟକ ବିଭିନ୍ନ କ୍ଲଷ୍ଟର ସମ୍ପର୍କରେ ଆଲୋକପାତ କରି ମୋ ସ୍କୁଲ ଯୋଜନା,ମିଶନ ଜିରୋ ବୈଠକ ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ। ସି.ଆର.ସି.ସି ବଳରାମ ପାଇକରାୟ,ପ୍ରଶାନ୍ତ ସାହୁ,ଦିଲ୍ଲିପ ମହାପାତ୍ର, ଦିଲ୍ଲିପ ରାଉତ,ରଘୁନାଥ ପଣ୍ଡା,ବଳରାମ ରାଉତ ପ୍ରମୁଖ ଯୋଗଦାନ କରିଥିଲେ।

ସେହିପରି ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଦିପକ ନାୟକ,ବି.ଆର.ପି ଲିମା ମହାପାତ୍ର,ଜ୍ୟୋର୍ତିମୟୀ ମହାପାତ୍ର,ନିରଞ୍ଜନ ମହାଭୋଇ,ସବୀର ବେହେରା,ରାକେଶ ସ୍ୱାଇଁ ଓ ହିମାଂଶୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ। କୋଭିଡ୍‍-୧୯ ପ୍ରଭାବରେ ସମସ୍ତ ବିଦ୍ୟାଳୟ ଦୀର୍ଘଦିନ ଧରି ବନ୍ଦ ରହିଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନ ମାଧ୍ୟମରେ ପାଠପଢା ଓ ବିଦ୍ୟାଳୟରେ ନିର୍ଦ୍ଦାରିତ ଆନୁସାଙ୍ଗିକ କାର୍ଯ୍ୟ ସଞ୍ଚାଳନ ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ମାନେ ସୂଚାର ରୂପେ କାର୍ଯ୍ୟ ତୁଲାଇବା ପାଇଁ ନବାଗତା ବ୍ଲକ ଶିକ୍ଷାଧିକାରୀଣୀ ପରାମର୍ଶ ଦେଇଥିବା ସୂଚନା ମିଳିଛି।

- Advertisement -

ସେହିପରି ଆଜି ମଧ୍ୟ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ମିଶନ ଜିରୋ କାର୍ଯ୍ୟ କାରିତାର ସଫଳ ରୂପାୟନ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ଶିକ୍ଷାଧିକାରୀ ପ୍ରିୟମ୍ବଦା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମିଶନ ଜିରୋଏଫ୍‍ ସଫଳ ରୂପାୟନ ପାଇଁ ବ୍ଲକ ସ୍ତରୀୟ ରିସୋର୍ସ ପର୍ସନ ସ୍ତିର ହୋଇଥିଲା। ଏଥିରେ ବି.ଆର.ସି.ସି ଗଦାଧର ପ୍ରଧାନ,ଅଶୋକ କୁମାର ପଟ୍ଟନାୟକ,ପ୍ରଫୁଲ୍ଲ କୁମାର ବେହେରା,ତାଳବସ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଫକୀର ଚରଣ ମିଶ୍ର,ସହକାରୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ,କାହ୍ନୁ ଚରଣ ସାହୁ,ପ୍ରଦୀପ କୁମାର ପୋଥଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ଡିସେମ୍ବର ୯ତାରିଖ ୧୧ଟା ସମୟରେ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟିତ୍ରୀ,ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଓ ରିସୋର୍ସ ପର୍ସନଙ୍କ ଉପସ୍ଥିତିରେ ଏକ ପୂର୍ଣ୍ଣାଙ୍ଗ ସଭା ବରେନ୍ଦଦ୍ରକୃଷ୍ଣ ବିଦ୍ୟାପୀଠ ପରିସରରେ କରାଯାଇ ଡମପଡା ବ୍ଲକରେ ମିଶନ ଜିରୋଏଫ୍‍ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ସୂଚନା ମିଳିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories