www.samajalive.in
Wednesday, December 10, 2025
18.1 C
Bhubaneswar

ସାମାଜିକ ଗଣମାଧ୍ୟମରୁ ଦେଖି ରକ୍ତ ଦେଇ ଗର୍ଭବତୀଙ୍କ ଜୀବନ ରକ୍ଷା କଲେ ଆଭାସ 

କେଶଦୁରାପାଳ : ସାମାଜିକ ଗଣମାଧ୍ୟମରୁ ଦେଖି ଦେବଦୂତ ସାଜିଲେ ଆଭାସ ।ରକ୍ତହୀନତା ଗର୍ଭବତୀଙ୍କୁ ରକ୍ତ ଦେଇ ଜୀବନ ରକ୍ଷା କଲେ । ସୁଚନାରୁ ଜଣାଯାଏ, ହାଟଡିହି ବ୍ଳକ ଅନ୍ତର୍ଗତ ଜମ୍ଭିରା ପଂଚାଯତର  ସୁନ୍ଦରା ପାଳ ଗ୍ରାମର କୃଷ୍ଣ ମୁଣ୍ଡାଙ୍କ ପତ୍ନୀ ସୂର୍ଯ୍ୟା ମୁଣ୍ଡା  (୩ଠ ) ୬ ମାସର ଗର୍ଭବତୀ ଥିବାବେଳେ ପୃଷ୍ଟିହିନତା ସହ ରକ୍ତ ହିନତାର ଶିକାର ହୋଇ ୩ ଦିନ ହେଲା ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର  ହିମୋଗ୍ଲୋବିନ ୨%  ଥିବାବେଳେ   ସବୁଠାରୁ  ବିରଳ ରକ୍ତ ଏବି ପଜେଟିଭ  ବୋଲିଜଣାପଡ଼ିଥିଲା । ରକ୍ତ ଭଣ୍ଡାରରେ ଏହି ରକ୍ତ ନ ଥିବାବେଳେ ସେ ୩ ଦିନ ଧରୀଆନନ୍ଦପୁର ଡାକ୍ତରଖାନାରେ ରକ୍ତ ଅପେକ୍ଷାରେ ରହିଥିଲେ । ଆଜି  ରକ୍ତହିନତା ରୋଗର ଶିକାର ହୋଇ ଜଣେ ଆଦିବାସୀ  ଗର୍ଭବତୀ ମହିଳା ରୋଗୀର ତୁରନ୍ତ ରକ୍ତ ଦରକାର ବୋଲି ସାମ୍ବାଦିକ ଜିତେନ୍ଦ୍ର ସାହୁ
ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବା ପରେ ଏହାକୁ ଦେଖିବା ମାତ୍ରେ ଖପରାଖାଇର ଉଦୀୟ ମାନ ଯୁବକ ଆଭାସ  ପରିଡ଼ା ଆଉ ସମ୍ଭାଳି ପାରିଲେ ନାହିଁ ।ସଂଙ୍ଗେ ସଂଙ୍ଗେ ନିଜ ଗାଡ଼ିରେ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ସୁନ୍ଦରାପାଳ ଗ୍ରାମର କୃଷ୍ଣ ମୁଣ୍ଡାଙ୍କ ପତ୍ନୀ ସୂର୍ଯ୍ୟା ମୁଣ୍ଡାଙ୍କୁ ରକ୍ତଦାନ କରି  ଜୀବନ ବଂଚାଇବା ସହିତ ଅନ୍ୟମାନଙ୍କ ପାଇଁ ସେ ଏକ ଉଦାହାରଣ ପାଲଟିଛନ୍ତି ।  ଆଭାସଙ୍କର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରିଥିବାବେଳେ କଲ୍ୟାଣ ସଂଗଠନର ସଂଯୋଜକ ଦେବରାଜ ସାହୁ ଅନେକ ଶୁଭେଚ୍ଛା ଜଣାଇ ଥିବା ବେଳେ ରକ୍ତ ଭଣ୍ଡାର କର୍ମଚାରୀ ସୁଜର୍ଶନ ସାହୁ, ଅଶୋକ ସୁର, ନିଳମାଧବ ମୁଖୀ ପ୍ରମୁଖ ସହଯୋଗ କରିଥିଲେ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories