www.samajalive.in
Friday, December 12, 2025
14.1 C
Bhubaneswar

ଚକଟା ଅଟା : କରନ୍ତୁ ନାହିଁ ଏହି ଭୁଲ୍‌‌, ଲାଗି ରହେ ଧନର ଅଭାବ..

ବାସ୍ତୁ ଶାସ୍ତ୍ରରେ ରୋଷେଇ ଘର ପାଇଁ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ଏହି ନିୟମର ପାଳନ କରିବା ଦ୍ୱାରା ଜୀବନରେ ସମସ୍ୟା ସୃଷ୍ଟି ହୋଇନଥାଏ। ଏହି ନିୟମ ରୋଷେଇ ଘର ସହ ଭୋଜନ ପ୍ରସ୍ତୁତ ପାଇଁ ଥିବା ଜିନିଷ ଉପରେ ମଧ୍ୟ ଥାଏ। ଏଥିପ୍ରତି ଧ୍ୟାନ ରଖିବା ଉଚିତ୍‌‌। ନଚେତ୍‌‌ ବାସ୍ତୁ ଦୋଷ ସମସ୍ୟା ସୃଷ୍ଟି ହୋଇଥାଏ। ପତି-ପତ୍ନୀଙ୍କ ମଧ୍ୟରେ କଳହ ମଧ୍ୟ ହୋଇଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ତେବେ ଜାଣନ୍ତୁ ଅଟା ଚକଟିବା ସମୟରେ କେଉଁ ନିୟମର ପାଳନ କରିବା ଉଚିତ୍‌‌..
ବାସ୍ତୁ ଅନୁଯାୟୀ, ଅଟା ଚକଟିବା ପରେ ଅଟା ଗୁଳା ପ୍ରସ୍ତୁତ କରିବା ପରେ ଏଥିରେ ଆଙ୍ଗୁଠିରେ ଚିହ୍ନ କରି ଦିଅନ୍ତୁ। ଏପରି ନକରିବା ଦ୍ୱାରା ପିତୃଦୋଷ ସୃଷ୍ଟି ହୋଇଥାଏ।
ଅଟା ଚକଟିବା ପରେ ବଳକା ପାଣି ସିଧାସଳଖ ପକାନ୍ତୁ ନାହିଁ। ଏହି ପାଣିକୁ ଗଛ ମୂଳରେ ଢାଳନ୍ତୁ। କିମ୍ବା ଅନ୍ୟ କୌଣସି କାମରେ ବ୍ୟବହାର କରନ୍ତୁ।
ଅଟା ଚକଟିବା ପରେ ତୁରନ୍ତ ରୁଟି ପ୍ରସ୍ତୁତ କରନ୍ତୁ। ଚକଟା ଅଟାକୁ ଅଧିକ ସମୟ ରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଏଥିରେ ଜୀବାଣୁ ମଧ୍ୟ ସୃଷ୍ଟି ହୋଇଥାଆନ୍ତି।
ଚକଟା ଅଟାକୁ ଫ୍ରିଜରେ ରଖି ଏହାର ରୁଟିର ପ୍ରସ୍ତୁତ କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଅନେକ ରୋଗର କାରଣ ପାଲଟିଥାଏ। ତେଣୁ ଆବଶ୍ୟକ ଅନୁଯାୟୀ ହିଁ ଅଟା ଚକଟା ପ୍ରସ୍ତୁତ କରନ୍ତୁ।
ଥରେ ରୁଟି ପ୍ରସ୍ତୁତ କରିବା ପରେ ବେଲଣା ବେଲେଣା ପେଡି ଓ କାଠି , ତାୱାକୁ ଭଲ ଭାବେ ସଫା କରନ୍ତୁ। ଏହାକୁ ଅପରିଷ୍କାର ରଖନ୍ତୁ ନାହିଁ। ନିୟମିତ ବ୍ୟବହାର ପରେ ଅନ୍ୟ ବାସନ ଭଳି ଏହାକୁ ମଧ୍ୟ ସଫା କରନ୍ତୁ। ନଚେତ୍‌‌ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଧନର ଅଭାବ ଦେଖାଯାଇଥାଏ।
ବାସ୍ତୁ ନିୟମ ଅନୁଯାୟୀ ସ୍ନାନ ପରେ ଅଟା ଚକଟିବା ଉଚିତ। ଅଟା ଚକଟା ପ୍ରସ୍ତୁତ କରିବା ପାଇଁ ତମ୍ବା ପାତ୍ରରେ ପାଣି ନେବା ଉଚିତ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ବାସ୍ତୁ ଦୋଷ କାରଣରୁ ପରିବାରରେ କଳହ ହୋଇଥାଏ। ତେଣୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।
ଅଟା ଚକଟିବା ପରେ ଏହାକୁ ଢାଙ୍କି ରଖନ୍ତୁ। ଏହାକୁ ଖୋଲା ରଖିବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

 

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories