www.samajalive.in
Monday, December 8, 2025
13.1 C
Bhubaneswar

ଜିଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର: ଜିଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ଲାଗି ସମସ୍ତ ଜିଲାସ୍ତରୀୟ ଅଧିକାରୀମାନଙ୍କର ଏକଦିବସୀୟ ପ୍ରଶିକ୍ଷଣ ଶିବିର ଜିଲାପାଳ ଡଃ. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ‘ଉତ୍ତାପ ତରଙ୍ଗ ଏବଂ ଜଳ ସଙ୍କଟ ପରିସ୍ଥିତି ପରିଚାଳନା’ ବିଷୟବସ୍ତୁ ଉପରେ ବିଭିନ୍ନ ସ୍ତରର ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଜିଲାପାଳ ଡ଼ଃ. ମିଶ୍ର ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ଉତ୍ତାପ ତରଙ୍ଗ ତଥା ତାପମାତ୍ରା ବୃଦ୍ଧି କିପରି ପ୍ରତିକୂଳ ପ୍ରଭାବ ପକାଉଛି ସେ ବିଷୟରେ ଆଲୋଚନା କରିଥିଲେ। ପ୍ରାଥମିକ ସ୍ତରରେ ଏହି ଜଳବାୟୁ ପରିବର୍ତ୍ତନ ଏବଂ ଉତ୍ତାପ ତରଙ୍ଗ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତରୀୟ ପର୍ୟ୍ୟନ୍ତ ସାମଗ୍ରିକ ତଥା ଯୁକ୍ତିଯୁକ୍ତ ଯୋଜନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ଜିଲା ଅଧିକାରୀ ସେମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ଉଚିତ ବୋଲି ପରାମର୍ଶ ଦେଇଥିଲେ।ଜଳବାୟୁ ପରିବର୍ତ୍ତନ ଏବଂ ଆଗାମୀ ଦିନରେ ତାପମାତ୍ରା ଵୃଦ୍ଧି ହେବା, ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଲୋକମାନେ ଆଗାମୀ ଦିନରେ ଉତ୍କଟ ସମସ୍ୟା ଦେଇ ଗତି କରିବେ ବୋଲି ଅବଗତ କରିଥିଲେ। ବିଗତ ଦିନ ମାନଙ୍କରେ କିପରି ତାପମାତ୍ର ବୃଦ୍ଧି ହେଉଛି , ଜଳ କଷ୍ଟ ବଢୁଛି, ଜଙ୍ଗଲ କ୍ଷୟ ହେବାର ଲାଗିଛି । ଏହାକୁ ରୋକିବାପାଇଁ ଆମ୍ଭେମାନେ ଦୃଢ ସଂକଳ୍ପ ଗ୍ରହଣ କରି ସଠିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଅଧିକାରୀମାନେ ନିଜ ନିଜ ବିଭାଗର ସଠିକ ନିରୂପଣ କରିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମ ଏକ ଉତ୍କୃଷ୍ଟ ଏବଂ ଫଳପ୍ରଦ ତାଲିମ କାର୍ୟ୍ୟକ୍ରମ ଥିଲା ବୋଲି ଜଣାପଡିଛି।ଏହି ଶିବିର ରେ ଜିଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ମେଡିକାଲ ଅଫିସର ସଂକଳ୍ପ ପଟ୍ଟନାୟକ ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ବିଭିନ୍ନ ବିଷୟରେ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନବରଙ୍ଗପୁର ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ନିର୍ବାହୀ ଯନ୍ତ୍ରୀ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ। ଶେଷରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

 

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories