www.samajalive.in
Sunday, December 7, 2025
16.1 C
Bhubaneswar

ମାରୁତି ୱାଗନଆର ଆଣିଛି ବମ୍ପର ଅଫର୍‌; ୫.୫୪ ଲକ୍ଷର କାର୍‌ ଓ ୪୫ ହଜାର ଟଙ୍କାର ରିହାତି

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସରେ ଜବରଦସ୍ତ ଅଫର୍‌ ଦେଉଛି ମାରୁତି ସୁଜୁକି। ଏହି ଅଫର୍‌ ନଗଦ ରିହାତି ଏବଂ ଏକ୍ସଚେଞ୍ଜ ବୋନସ୍ ଆକାରରେ ପ୍ରଦାନ କରାଯାଉଛି। ଅଫର୍‌ର ବୈଧତା ଜାନୁଆରୀ ୩୧, ୨୦୨୪ ପର୍ଯ୍ୟନ୍ତ ରହିଛି। ସମ୍ପ୍ରତି କାର ନିର୍ମାତା ନିଜର ଲୋକପ୍ରିୟ କାର୍‌ ୱାଗନଆର ଉପରେ ବମ୍ପର ଅଫର ଦେଉଛନ୍ତି।

ଚଳିତ ମାସରେ ବର୍ଷ ୨୦୨୩ରେ ଉତ୍ପାଦିତ ୱାଗନ୍ଆର୍ ଉପରେ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏଥିରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ରିହାତି ଏବଂ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର୍‌ ସାମିଲ ଅଛନ୍ତି। ଅପରପକ୍ଷେ, ୨୦୨୪ରେ ଉତ୍ପାଦିତ ୱାଗନ୍ଆର୍ ଉପରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ରିହାତି ଏବଂ ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ମିଳୁଛି।

- Advertisement -

ୱାଗନ୍ଆର୍‌କୁ LXi, VXi, ZXi ଏବଂ ZXi ପ୍ଲସ୍‌ ଭଳି ୪ ଭାରିଏଣ୍ଟରେ ବଜାରକୁ ଅଣାଯାଇଛି, ଯାହାର ଦାମ୍‌ ୫,୫୪,୫୦୦ ଟଙ୍କାରୁ ଆରମ୍ଭ ହେଉଛି।

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories