ଅଯୋଧ୍ୟା ରାସ୍ତାରେ ଡିଜିଟାଲ ଝୋଟି, ମନ୍ତ୍ରମୁଗ୍ଧ ହେଲେ ଭକ୍ତ

ଅଯୋଧ୍ୟା : ଅଯୋଧ୍ୟାର ଗଳିରେ ଏବେ ଅତି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି । ଡିଜିଟାଲ ଝୋଟିରେ ସଜା ହୋଇଥିବା ରାସ୍ତା ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି । ହନୁମାନଗଢି ମନ୍ଦିରର ପ୍ରବେଶ ମାର୍ଗରେ ପ୍ରସ୍ତୁତ ହୋଇଥିବା ଏହି ଡିଜିଟାଲ ଝୋଟି ଅତି ଆକର୍ଷକ ଲାଗୁଛି । ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଏଭଳି ଡିଜିଟାଲ ରଙ୍ଗୋଲି ପ୍ରସ୍ତୁତ ହୋଇଛି । ସହରକୁ ସୁନ୍ଦର କରି ସଜାଇବା ସହ ରାମଲାଲାଙ୍କ ପାଖକୁ ଆସୁଥିବା ଭକ୍ତଙ୍କୁ ସ୍ବାଗତ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି ।

 

ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହି ଡିଜିଟାଲ୍ ରଙ୍ଗୋଲି ଅତି ସୁନ୍ଦର ଏବଂ ଏଥିରେ ଅଯୋଧ୍ୟାର ବାତାବରଣ ଆହୁରି ଭକ୍ତିମୟ ହୋଇଯାଇଛି । ଭକ୍ତଙ୍କ କହିବାନୁସାରେ ଏହି ରଙ୍ଗୋଲିକୁ ଦେଖିବା କ୍ଷଣି ଉତ୍ସାହ ଆହୁରି ବଢିଯାଉଛି । କହିରଖୁଛୁ ୨୨ ଜାନୁୟାରୀରେ ଅଭିଷେକ ସମାରୋହ ପରେ ୨୩ ଜାନୁୟାରୀରେ ମନ୍ଦିରର ଦ୍ବାର ଭକ୍ତଙ୍କ ପାଇଁ ଖୋଲି ଦିଆଯାଇଥିଲା । ଏଥିରେ ଦେଶର କୋଣ ଅନୁକୋଣରୁ ଭକ୍ତ ଛୁଟି ଆସିଥିଲେ । ଏପର୍ଯ୍ୟନ୍ତ ପ୍ରାୟ ୨୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରାମଲାଲାଙ୍କୁ ଦର୍ଶନ କରିବାକୁ ପହଞ୍ଚି ସାରିଛନ୍ତି ।

Comments are closed.