www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶା ଶିଖାଇବ ବିପର୍ଯ୍ୟୟ ମୁକାବିଲା

ଭୁବନେଶ୍ୱର : ଦୈବୀଦୁର୍ବିପାକ ଓ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ନମୁନା ରାଜ୍ୟରେ ପରିଗଣିତ ହୋଇଛି। ଯାହାକୁ ନେଇ ବିଶ୍ବସ୍ତରରେ ପ୍ରଶଂସା ମିଳୁଥିବାବେଳେ ନିକଟରେ ମସୁରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ଓଡ଼ିଶାକୁ ବିପର୍ଯ୍ୟୟ ଶିକ୍ଷା ଦେବାପାଇଁ ମନୋନୀତ କରାଯାଇଛି। ଏହାକୁ ନେଇ ଆସନ୍ତା ୨୯ରୁ ଗୋପବନ୍ଧୁ ଏକାଡେମୀରେ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହେବ। ଏହାକୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ ଏହି ବିପର୍ଯ୍ୟୟ ମୁକାବିଲା କର୍ମଶାଳାରେ ଊପକୂଳବର୍ତ୍ତୀ ୯ଟି ରାଜ୍ୟ ତଥା – ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୁଜରାଟ, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ଲାକ୍ଷାଦ୍ବୀପ ଭଳି ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ଜିଲାପାଳ ଓ ବରି‌ଷ୍ଠ ଅଧିକାରୀ ଯୋଗଦେବେ। ଏହି ରାଜ୍ୟଗୁଡ଼ିକରୁ ୨୨ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆସି କେବଳ କର୍ମଶାଳାରୁ ତଥ୍ୟ ଆହରଣ କରିବେ ତାହା ନୁହେଁ କୋଣାର୍କର ରାମଚଣ୍ଡୀଠାରେ ବିପର୍ଯ୍ୟୟର ବାସ୍ତବିକ ଶିକ୍ଷା ଗ୍ରହଣ କରିବେ। ସେଠାରେ ପଡ଼ୋଶୀ ରାଜ୍ୟର ଅଧିକାରୀଙ୍କୁ ପାଣିରେ ବୁଡ଼ି ଉଦ୍ଧାର କରିବା, ଯାନ୍ତ୍ରିକ ଡଙ୍ଗାର ବିଭିନ୍ନ କୌଶଳ ସହିତ ଗଛ କଟା, ରାସ୍ତା ସଫା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବାସ୍ତବିକ ଶିକ୍ଷା ପ୍ରଦାନ କରାଯିବାକୁ ରହିଛି। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀ ଜ୍ଞାନ ଆହରଣ କରିବା ପରେ ସେଠାକାର ସରକାରଙ୍କୁ ପ୍ରସ୍ତାବ ଦେବେ। ରାଜ୍ୟ ସରକାରଙ୍କ ‘ଓସଡମା’ ପକ୍ଷରୁ ଏନେଇ ପ୍ରସ୍ତୁତ ପାଠ୍ୟଖସଡ଼ାକୁ ସୋମବାର ରାଜ୍ୟ ସରକାର ଅନୁମୋଦନ ଦେଇଥିବା ଜଣାଯାଇଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories