www.samajalive.in
Saturday, December 6, 2025
26.1 C
Bhubaneswar

ଡାକ୍ତର ଓ ରୋଗୀଯାନ ପାଇଁ ଢେଙ୍କିକୋଟ ଡାକ୍ତରଖାନା ଆଗରେ ପ୍ରତୀକ ଧାରଣା

ପାଟଣା,: ଢେଙ୍କିକୋଟ ଡାକ୍ତରଖାନାକୁ ଜଣେ ସ୍ଥାୟୀ ଡାକ୍ତର, ଜଣେ ସେବିକା ଓ ଗୋଟିଏ ରୋଗୀବୁହା ଯାନ ଦିଆଯିବାକୁ ଢେଙ୍କିକୋଟ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି । ଏହା ସପ୍ତାହକ ମଧ୍ୟରେ ପୁରଣ କରା ନ ଗଲେ ଡାକ୍ତରଖାନା ଆଗରେ ଧରାଣା ଦିଆଯିବ ବୋଲି ଢେଙ୍କିକୋଟ ବଣିକ ସଂଘ ସଭାପତି ରାଜକିଶୋର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ଢେଙ୍କିକୋଟ ବଣିକ ସଂଘ ପକ୍ଷରୁ ଡାକ୍ତରଖାନାରେ ସଫେଇ କରାଯିବା ସହ ପ୍ରତୀକ ଧାରଣା ଦେଇ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଘଷିପୁରା ବିଧାୟକ ଙ୍କୁ ଦରଖାସ୍ତ ପଠାଇ ଢେଙ୍କିକୋଟ ଡାକ୍ତରଖାନାରେ ଡାକ୍ତର, ସେବିକା ଓ ରୋଗୀ ଯାନ ପାଇଁ ସ୍ୱର ଉଠାଇଛନ୍ତି । ବଣିକ ସଂଘର ସଭାପତି ରାଜକିଶୋର ସାହୁ ସମ୍ପାଦକ ଲଲାଟେନ୍ଦୁ ସାହୁ, ସମାଜସେବୀ କୁଳମଣୀ ମଣ୍ଡଳ, ରାମଚନ୍ଦ୍ର ସାହୁ, ଯୁବ ବିଜେଡି ଜିଲ୍ଲା ଉପ ସଭାପତି ଏସ କେ ଇମରାନ, ଛାତ୍ର ବିଜେଡିର ଆଶିଷ ମଣ୍ଡଳ, ମହମ୍ମଦ ରଫିକ, ଏସ କେ ଜାବେର, ରବି ମହାପାତ୍ର , ସାମାଜିକ କର୍ମୀ କୃଷ୍ଣଚନ୍ଦ୍ର ବାରିକଙ୍କ ସହ ସରପଞ୍ଚ ଗୌରୀ ବାରିକ ଓ ପୂର୍ବତନ ସରପଞ୍ଚ ଅଲେଖ ସିଂହ ପ୍ରତୀକ ଧାରଣାରେ ସାମିଲ ଥିଲେ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories