www.samajalive.in
Saturday, December 6, 2025
26.1 C
Bhubaneswar

ହାତୀ ଆକ୍ରମଣରେ ଯୁବକ ମୃତ

ଢେଙ୍କାନାଳ ସଦର: ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନଖଣ୍ଡ ଅନ୍ତର୍ଗତ ଯୋରନ୍ଦା ସେକ୍ସନ ଅନ୍ତର୍ଗତ ସୋଗରପଶି ପଞ୍ଚାୟତର ପାରିଖେଦା ଗ୍ରାମର ଚନ୍ଦନ ନାଏକ (୨୬ ବର୍ଷ) ସାଇକେଲରେ ଯାଉଥିବା ସମୟରେ ସକାଳ ୮ ଘଟିକା ସମୟରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ତାଙ୍କୁ ସ୍ଥାନୀୟ ଅଟୋ ଯୋଗେ ଢେଙ୍କାନାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବାରମ୍ବାର ହାତୀ ଆକ୍ରମଣ ଯୋଗୁ ଗ୍ରାମବାସୀ ଭୟଭୀତ ଅଛନ୍ତି । ଦିନକୁ ଦିନ ହାତୀ ଉପଦ୍ରବ ଅଞ୍ଚଳରେ ବଢିବାରେ ଲାଗିଛି ଓ ଏହା ଚିନ୍ତାର ବିଷୟ ପାଲଟିଛି। ବନବିଭାଗଙ୍କୁ ଅଞ୍ଚଳବାସୀ ୨୪ ଘଣ୍ଟିଆ ପାଟ୍ରୋଲିଂ  ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରୁଛନ୍ତି । ଏହାସହ ତୁରନ୍ତ ନରହନ୍ତା ହାତୀକୁ କାବୁକରି କପିଳାସ ହାତୀ ଉଦ୍ଧାରକାରୀ କେନ୍ଦ୍ରରେ ରଖିବାପାଇଁ ଦାବୀ ହୋଇଛି। ଏହାକୁ ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ଶହ ଶହ ଚାଷୀ ଭାଇ ମାନଙ୍କ ସହ ଜିଲ୍ଲାପାଳ ଓ ବନଖଣ୍ଡ ଡିଏଫଓ କାର୍ୟ୍ୟାଳୟ ଘେରାଉ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏଠାରୁ ହାତୀ ମାନଙ୍କୁ ଘଉଡ଼ାଇବାକୁ ପଦେକ୍ଷପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories