www.samajalive.in
Saturday, December 6, 2025
26.1 C
Bhubaneswar

ସୁନ୍ଦର ବିଶ୍ୱ ପାଇଁ ଶାନ୍ତି ହିଁ ଏକମାତ୍ର ବିକଳ୍ପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଶାନ୍ତିର କୌଣସି ବିକଳ୍ପ ନାହିଁ । ସବୁ ଯୁଗରେ ଶାନ୍ତିର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ଏକ ସୁନ୍ଦର ବିଶ୍ୱ ଗଢି ତୋଳିବାକୁ ଶାନ୍ତି ହିଁ ଏକମାତ୍ର ବିକଳ୍ପ । ଧଉଳୀ ଶାନ୍ତି ସ୍ତୁପର ସ୍ୱର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ କରିଛନ୍ତି ଯେ,ଆସନ୍ତୁ ସମସ୍ତେ ମିଶି ଶାନ୍ତିର ବାର୍ତ୍ତାକୁ ପ୍ରଚାର କରିବା ଓ ବିଶ୍ୱକୁ ଆଗାମୀ ପୀଢି ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବେ ତିଆରି କରିବା ।
ସେ କହିଛନ୍ତି ଯେ ଓଡିଶାର ଇତିହାସ ଧଉଳୀ ଓ କଳିଙ୍ଗ ଯୁଦ୍ଧରୁ ଆରମ୍ଭ ହୁଏ । ଏହି ଯୁଦ୍ଧରେ ଭୀଷଣ ରକ୍ତପାତ ହୋଇଥିଲା । ଏହା ସତ୍ୱେ ଧଉଳୀ ମାନବିକତାର ନୈତିକ ବିଜୟର ଗୀତ ଗାଉଛି । ଏହା ହେଉଛି ସେହି ସ୍ଥାନ ଯେଉଁ ଠାରେ ଅଶୋକ ବୁଝି ପାରିଥିଲେ ଯେ ଯୁଦ୍ଧ, ରକ୍ତପାତରୁ କିଛି ମିଳେ ନାହିଁ । ସେ ବୌଦ୍ଧ ମତ ଗ୍ରହଣ କରିଥିଲେ। ଧଉଳୀ ବିଶ୍ୱର ଇତିହାସକୁ ବଦଳାଇ ଦେଇଥିଲା ଓ ବୈଶ୍ୱିକ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲା ।

ଜାପାନର ବୌଦ୍ଧ ଭିକ୍ଷୁ ତାକାଓ ତାକାଡୋ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ବୌଦ୍ଧ ସନ୍ୟାସୀ, ବୌଦ୍ଧଭିକ୍ଷୁ, ସାଧୁସନ୍ଥ ଭାଗ ନେଇଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories