ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସକାଳୁ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ଓ ଆହତ ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଯାତ୍ରୀ ମାନଙ୍କୁ ଭେଟିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଆହତ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ।
ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ପାଖରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଦୁର୍ଭାଗ୍ୟଜନକ ରେଳ ଘଟଣାକୁ ସ୍ୱାଭାବିକ କରିବା ପାଇଁ ଆମ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଭାରତ ସରକାରଙ୍କ ଏନଡିଆରଏଫ, ବାୟୁସେନା, ସେନା ବାହିନୀ, ରେଳ ବିଭାଗର ଅଧିକାରୀ ଏବଂ ସହଯୋଗ କରିଥିବା ସ୍ଥାନୀୟ ଜନସାଧାରଣ ଏବଂ ରାଜ୍ୟର ପ୍ରଶାସନିକ ଅଧିକାରୀ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତଙ୍କୁ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିବା ବାଲେଶ୍ୱରର ସମାଜସେବୀ ଓ ଯୁବ ବନ୍ଧୁମାନଙ୍କୁ ସେ ସାଧୁବାଦ ଜଣାଇଛନ୍ତି।
ରେଳ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Popular Categories



