www.samajalive.in
Saturday, December 6, 2025
16.1 C
Bhubaneswar

କନକଲତା ମୃତ୍ୟୁ ମାମଲା: ଅଭିଯୁକ୍ତ କୋର୍ଟ ଚାଲାଣ, ଜାମିନ ନାମଞ୍ଜୁର

ଧର୍ମଗଡ଼: ବହୁ ଚର୍ଚ୍ଚିତ କନକଲତା ମୃତ୍ୟୁ ମାମଲାରେ ପୁଲିସ ପୂର୍ଣ୍ଣଛେଦ ଟାଣିଛି । ଘଟଣାର ୬ଦିନ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହି ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ କଳାହାଣ୍ଡି ଏସପି ଟ୍ଵିଟ୍ କରିବା ପରେ ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା। ଅନେକ ଲୋକ ଏସପିଙ୍କ ଟ୍ଵିଟକୁ ଗ୍ରହଣ କରିପାରି ନଥିଲେ। ଘଟଣାଟି ଦିନକୁ ଦିନ ସମ୍ଵେଦନଶୀଳ ହେବାକୁ ଲାଗିଥିଲା। ସୋମବାର ଛାତ୍ରୀ କନକଲତା ମୃତ୍ୟୁ ମାମଲାରେ ବହୁଜନ ଛାତ୍ର ସଂଗଠନ ତରଫରୁ ସିବିଆଇ ତଦନ୍ତ ଦାବିରେ ଜିଲ୍ଲା ମୁଖ୍ୟାଳୟରେ ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ଠିକ୍ ସେହି ସମୟରେ ଗୋଲାମୁଣ୍ଡା ପୁଲିସ ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁରଜ ହଂସ। ଆତ୍ମହତ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ପୁଲିସ ୩୦୬ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖ ମଙ୍ଗଳବାର ଦିନ କନକ ନିକଟସ୍ଥ ଚିଚିଆ ହାଇସ୍କୁଲକୁ ପଢିବାକୁ ଯାଇ ଘରକୁ ଫେରି ନଥିଲେ। ଝିଅ ଘରକୁ ଫେରିବାରେ ବିଳମ୍ବ ହେବା ଦେଖି ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ପରବର୍ତ୍ତୀ ସମୟରେ ଗାଁ ପାଖରେ ଥିବା ଜଙ୍ଗଲର ଏକ ଗଛରେ ଓଢଣୀ ଫାସରେ ଝୁଲନ୍ତା ଅବସ୍ଥାରେ ଲୋକେ ଦେଖି ଝିଅର ବାପା ମାଙ୍କୁ ଓ ପୁଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ପରିବାର ଓ ପୁଲିସ ପହଞ୍ଚିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଖବର ପ୍ରଚାରିତ ହେବା ପରେ କଂଗ୍ରେସ ତରଫରୁ ମୃତଦେହ ରଖି ରାସ୍ତା ଅବରୋଧ କରାଯାଇଥିଲା। ପରେ ବିଭିନ୍ନ ସଂଗଠନ ଘଟଣାର ସମ୍ଵେଦନଶୀଳତା ଦେଖି ନ୍ୟାୟ ଦାବୀ କରିଥିଲେ। ଝିଅର ମୃତ୍ୟୁ ନେଇ ପିତାମାତା ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ସନ୍ଦେହରେ ପୁଲିସ ତିନି ଜଣଙ୍କୁ ଅଟକ ରଖି ୩୦୨, ୩୪ ଆଇପିସି ହତ୍ୟା ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଥିଲା। ଶେଷ ମୁହୂର୍ତ୍ତରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଯାଇଛି ବୋଲି ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories