ଧର୍ମଗଡ : ୨୭ ସେପ୍ଟେମ୍ବର ୨୦୧୮ ଧର୍ମଗଡରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର। ଉଦଘାଟନି ଉତ୍ସବରେ ଯୋଗଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର। ଉଦଘାଟନି ଉତ୍ସବରେ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ପଛୁଆ ଅଞ୍ଚଳର ପିଲାଙ୍କ ପାଇଁ ଏହି କୌଶଳ କେନ୍ଦ୍ର ସହାୟକ ହେବ। ଏଠାରେ ପ୍ରଶିକ୍ଷିତ ପିଲା ଅଧିକ ରୋଜଗାରକ୍ଷମ ହେବେ। ୧ହଜାର ପିଲାଙ୍କୁ ପ୍ରଶିକ୍ଷଣ ମିଳିବା ସହ ଅକ୍ଟୋବରରୁ ପାଠ ପଢ଼ା ଆରମ୍ଭ ହେବ ଓ ଡିସେମ୍ବରରେ ନିଯୁକ୍ତି ମେଳା ଲାଗିବ ବୋଲି କହିଥିଲେ। କିନ୍ତୁ ଇତି ମଧ୍ୟରେ ଫେବୃଆରୀ ଅଧା ହେବାକୁ ବସିଲାଣି ନିଯୁକ୍ତିମେଳାର ନାଁ ନାହିଁ। ଅକ୍ଟୋବରରୁ ପାଠ ପଢ଼ା ନେଇ ଖୋଦ୍ୟ ମନ୍ତ୍ରୀ କହିଥିଲେ ହେଁ ଏନେଇ ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ଆନୁସାଙ୍ଗିକ ବ୍ୟବସ୍ଥା ନହେବାରୁ ସରକାରଙ୍କ ଅନୁମୋଦନ ମିଳିବାରେ ବିଳମ୍ବ ହୋଇଥିବା ନେଇ ଏହି କେନ୍ଦ୍ରର ସଂଯୋଜକ ହିମାଂଶୁ କୁମାର ସିଂ ସୂଚନା ଦେଇଥିଲେ। କେନ୍ଦ୍ରରେ ୩୦୦ ପିଲା ପଢ଼ିବା ପାଇଁ ବ୍ୟବସ୍ଥା ରହିଛି। ପ୍ରତି ୩୦ ପିଲାଙ୍କୁ ନେଇ ଗୋଟିଏ ବ୍ୟାଚ ହିସାବରେ ୧୦ଟି ବ୍ୟାଚ୍ କରି ଦୈନିକ ପ୍ରଶିକ୍ଷଣ ଦିଆଯିବ। ସକାଳେ ୫ଟି ଗ୍ରୁପ ଓ ସନ୍ଧ୍ୟାରେ ୫ଟି ଗ୍ରୁପକୁ। ପାଇପ ମିସ୍ତ୍ରୀ, ହସପିଟାଲିଟି, ସିଲେଇ, ଇଲେକ୍ଟ୍ରି ଆଦି ବିଭାଗରେ ପିଲାଙ୍କୁ ପ୍ରଶିକ୍ଷଣ ଦେବା ବ୍ୟବସ୍ଥା ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୩୦୦ ପିଲା ବଦଳରେ ମାତ୍ର ୧୨୦ ଜଣ ପିଲା ନାମଲେଖାଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରତି ଗ୍ରୁପରେ ଦୈନିକ ୫/୧୦ ପିଲା ଆସନ୍ତି ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି। ନିୟମ ଅନୁଯାୟୀ ପ୍ରତି ଗ୍ରୁପର ୩୦ ପିଲାରୁ ଅତି କମରେ ୨୩ ଜଣଙ୍କ ଉପସ୍ଥାନ ରହିବା କଥା। କିନ୍ତୁ ବର୍ତ୍ତମାନ ଯେଉଁ ହାରରେ ପିଲା ଆସୁଛନ୍ତି ତାହା ଯଦି ଲାଗି ରହେ ତେବେ ଏହି କେନ୍ଦ୍ରରୁ ସରକାର ତାଙ୍କ ଅନୁମତି ପ୍ରତ୍ୟାହାର କରିନେବେ ବୋଲି ସିଂ କହିଛନ୍ତି।
Popular Categories



