www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଲିଖିତ ପ୍ରତିଶୃତି ପରେ ଧାରଣାକୁ ସ୍ଥଗିତ ରଖିଲା ସାମ୍ବାଦିକ ସଂଘ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିଅନ ତରଫରୁ ଦିଆଯାଇଥିବା ଧାରଣାକୁ ଶନିବାର ଷଷ୍ଠ ଦିନରେ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ଲିଖିତ ପ୍ରତିଶ୍ରୁତି ପରେ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ସୂଚନା ଯୋଗ୍ୟ  ଯେ, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ୪ ଦଫା ଦାବି ପୂରଣ ପାଇଁ ଗତ ୧୨ ତାରିଖ ଠାରୁ ଆରମ୍ଭ କରାଯାଇଥିଲା। ଧାରଣାରେ ମୁଖ୍ୟ ସମସ୍ୟା ଜିଲ୍ଲାର କୋଭିଡ ମେଡିକାଲରେ ଭେଣ୍ଟିଲେଟର ଏବଂ ଲାଇଫ ସପୋର୍ଟ ଆମ୍ବୁଲାନ୍ସର ଅଭାବ। ନବରଙ୍ଗପୁର ଜିଲ୍ଲାରେ ସାନିଟାଇଜ୍ , ସହରରେ ମଶା ଧୂଆଁ ଦେବା ଆଦି ଦାବି ନେଇ ୟୁ ଜେ ଅନୁବନ୍ଧିତ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିଅନ  ଆଜିକୁ ୬ ଦିନ ଧରି ଦାବି ପୁରାଣ ଜିଦ୍ ରେ ଧାରଣା ସ୍ଥଳରେ ବସି ରହିଥିଲେ। ଏହି ଧାରଣାକୁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ସହ ବିଭିନ୍ନ ଅନୁଷ୍ଠାନ, ସଂଘ ପ୍ରମୁଖ ସମର୍ଥନ ଜଣାଇଥିଲେ। ଧରଣାର ୪ର୍ଥ ଦିନରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର , ଏସପି ନୀତିନ କୁଳସେକର୍, ଉପ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଧାରଣା ସ୍ଥଳରେ ଆସି ଦାବି ଗୁଡ଼ିକର ଯଥାର୍ଥତା ଜଣାଇ ଶୀଘ୍ର ଦାବି ପୂରଣ ପାଇ ପ୍ରତିଶ୍ରୁତି ଦେଇଥିଲେ।  ୫ ମ ଦିନରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି , ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ  ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଆଧୁନିକ ଯନ୍ତ୍ରପାତି ସଜ୍ଜିତ ଆମ୍ବୁଲାନ୍ସ ପାଇଁ ନବରଙ୍ଗପୁର ବିଧାୟକ ୩୦ ଲକ୍ଷ ଓ ଝରିଗାଁ ବିଧାୟକ ୫୦ ଲକ୍ଷ ବିଧାୟକ ପାଣ୍ଠିରୁ ପ୍ରଦାନ କରିଥିବା ପତ୍ର ପ୍ରଦାନ କରିଥିଲେ।  ମୁଖ୍ୟ ଦାବି ଭେଣ୍ଟିଲେଟର କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତି ଚାଲିଥିବା କହିଥିଲେ ।
ଏ ନେଇ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୂନିୟନ୍ ସଂଘର କର୍ମକର୍ତ୍ତା ଏବଂ ରାଜ୍ୟ ଓ ୟୁ ଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ସାମ୍ବାଦିକଙ୍କ ଦାବିକୁ ନେଇ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ,ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ପ୍ରମୁଖ ଜିଲ୍ଲାର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସାମ୍ବାଦିକ ମାନେ ଧାରଣାରେ ବସିବାକୁ ଯଥାର୍ଥ ବୋଲି କହିବା ସହ ସବୁ ଦାବି ଶୀଘ୍ର ପୂରଣ ଦିଗରେ  ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟସଭା ସାଂସଦ ମୁନା ଖାଁ ଏକ ଭିଡିଓ ମେସେଜ ଜରିଆରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିଅନ୍ ର ଦାବି ଗୁଡ଼ିକ ଜିଲ୍ଲାର ବିଧାୟକ ଓ ସାଂସଦ ମାନଙ୍କୁ ନେଇ କରିବା ପାଇ ପ୍ରତିଶ୍ରୁତି ଦେବା ସହ ଧାରଣା ସ୍ଥଗିତ ରଖିବା ପାଇଁ ସଂଘକୁ ଅନୁରୋଧ କରିଥିଲେ।
ଆଜି ଷଷ୍ଠ ଦିନରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି, ଡବୁଗାଁ ବିଧାୟକ ମନୋହର ରାନ୍ଧାରୀ, ରାଜ୍ୟ ବିଜେଡ଼ି କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ, ଉପ ଜିଲ୍ଲାପାଳ ଭାସ୍କର ରଇତ ଓ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ବିନୟ ପଟେଲ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ୪ ଦଫାରୁ ୩ ଟି ଦାବି ପୂରଣ ହୋଇଯାଇଥିବା କହିବା ସହ ମୁଖ୍ୟ ଦାବି ଭେଣ୍ଟିଲେଟରକୁ ଆସନ୍ତା ୩ ମାସ ସମୟ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସାମ୍ବାଦିକ ସଂଘ ତରଫରୁ ତାଙ୍କ ପ୍ରସ୍ତାବ ଗ୍ରହଣ କରି ଧରଣା ସ୍ଥଗିତ ରଖିଥିଲେ।  ୨ ଜଣ ଶାସକ ଦଳର ବିଧାୟକ ଓ ଉପ ଜିଲ୍ଲାପାଳ ଧାରଣାରତ ସାମ୍ବାଦିକ ମାନଙ୍କୁ ପୁଷ୍ପ ଗୁଚ୍ଛ ଏବଂ ମିଠା ଖୁଆଇ ଧାରଣାରୁ ଉଠାଇଥିଲେ । ଗତ ୧୨ ତାରିଖରୁ ନବରଙ୍ଗପୁର ଜିଲ୍ଲାର ସ୍ବାର୍ଥ  ଦୃଷ୍ଟିରୁ ୬ ଦିନ ଧରି ଧାରଣାରେ ବସିଥିବା ବେଳେ ଧାରଣାକୁ ନବରଙ୍ଗପୁର ଜିଲ୍ଲା ୧୦ ଗୋଟି ବ୍ଲକର ସାମ୍ବାଦିକ ଏବଂ ବିଭିନ୍ନ ରାଜନୈତିକ ଦଳ ତଥା ସଂଗଠନ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଏଥିପାଇଁ ସମସ୍ତଙ୍କୁ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିଅନ୍ ତରଫରୁ ସଭାପତି ସୁଶାନ୍ତ କୁମାର ବେହେରା ଧନ୍ୟବାଦ୍ ଦେବା ସହ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ଜନ ପ୍ରତିନିଧିମାନଙ୍କୁ ସଂଘ ତରଫରୁ ଧନ୍ୟବାଦ ଜଣାଇଛନ୍ତି ।  ସମୟ ସୀମା ମଧ୍ୟରେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ପୁଣି ଧାରଣାକୁ ଓହ୍ଲାଇବା ପାଇଁ ଚେତାବନୀ ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories