www.samajalive.in
Tuesday, December 9, 2025
16.1 C
Bhubaneswar

ଧନତେରାସ୍ ୨୦୧୯: ଏହି ଶୁଭ ମୂହୁର୍ତ୍ତରେ କରନ୍ତୁ ପୂଜା ଓ କିଣାକିଣି

ପାଞ୍ଚ ଦିନିଆ ଦୀପୋତ୍ସବ ମହାପର୍ବ ଧନତେରାସ୍ ରୁ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେଉଛି। ଦୀପାବଳିର ଦୁଇ ଦିନ ପୂର୍ବରୁ କାର୍ତ୍ତିକ ମାସର ତ୍ରୟୋଦଶୀ ତିଥିରେ ଧନତେରାସ୍ ପର୍ବ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଧନତେରାସ୍ ରେ ନୂଆ ବସ୍ତୁ କିଣିବାର ବିଶେ​‌ଷ ମହତ୍ତ୍ବ ରହିଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଧନତେରାସ୍ ଦିନ ଭଗବାନ ଧନୱନ୍ତରୀ, କୁବେର ଏବଂ ଯମରାଜଙ୍କୁ ପୂଜା କରାଯାଏ। ଏହି ଦିନ ଅଟାରେ ଦୀପ ପ୍ରସ୍ତୁତ କରି ଜଳାଇ ଦେବତାଙ୍କ ଆରାଧନା କରିବା ଦ୍ବାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହା ବ୍ୟତୀତ ନରକ ଚର୍ତୁଦଶୀ, ଛୋଟ ଦୀପାବଳି, ମହାଲକ୍ଷ୍ମୀ ପୂଜା, ଗୋବର୍ଦ୍ଧନ ପୂଜା ଏବଂ ଶେଷରେ ଭାଇଦୂଜ ପର୍ବ ସହ ପାଞ୍ଚ ଦିନିଆ ଦୀପାବଳି ପର୍ବ ସମାପନ ହୋଇଥାଏ।
ଜଣେ ପଣ୍ଡିତଙ୍କ ମତ ଅନୁଯାୟୀ, ଧନ-ତ୍ରୟୋଦଶୀ ଅର୍ଥାତ୍ ଧନତେରାସ୍ ଦିନ ଏକ ପାତ୍ରରେ ଧାନ ରଖି, ତାହା ଉପରେ ତେଲ ବା ଘିଅରେ ଅଟାରେ ପ୍ରସ୍ତୁତ ଦୀପ ରଖି ଜଳାନ୍ତୁ। ଏହାକୁ ଘରର ଦକ୍ଷିଣ ଦିଗରେ ରଖନ୍ତୁ। କାରଣ ଦକ୍ଷିଣ ଦିଗରେ ଯମରାଜ ଏବଂ ପିତୃପୁରୁଷ ବାସ କରନ୍ତି ବୋଲି ବିଶ୍ବାସ ରହିଛି।
ଏହି ଦିନ ଭଗବାନ ଧନୱନ୍ତେରୀ ଏବଂ କୁବେରଙ୍କୁ ପୂଜା କରାଯାଏ। ଏହି ଦିନ ଚାନ୍ଦି ବା ଅନ୍ୟ କୌଣସି ଧାତୁରେ ନିର୍ମିତ ବାସନକୁସନ କିଣିବା ଶୁଭ ହୋଇଥାଏ। ମାଟିର ନିର୍ମିତ ଦୀପ ସହ ମା’ଲକ୍ଷ୍ମୀଙ୍କ ମୂର୍ତ୍ତି କିଣନ୍ତୁ। ଏହି ଦିନ ଝାଡୁ ପୂଜା କରିବା ଶୁଭ ବୋଲି ବିଶ୍ବାସ କରାଯାଏ।
ଧନତେରାସ୍ ଶୁଭ ମୁହୂର୍ତ୍ତ
ଧନତେରାସ୍ ତିଥି- ଅକ୍ଟୋବର ୨୫ ତାରିଖ
ତ୍ରୟୋଦଶୀ ତିଥିର ଆରମ୍ଭ- ସନ୍ଧ୍ୟା ୭ଟା ୮ ମିନିଟ୍
ତ୍ରୟୋଦଶୀ ତିଥିର ସମାପ୍ତ- ଅକ୍ଟୋବର ୨୬ ତାରିଖ ଅପରାହ୍ନ ୩ଟା ୩୬ମିନିଟ୍

ଧନତେରାସ୍ ପୂଜା ମୁହୂର୍ତ୍ତ- ଅକ୍ଟୋବର ୨୫ ତାରିଖ
ସନ୍ଧ୍ୟା ୭ଟା ୮ ମିନିଟ୍ ରୁ ରାତି ୮ଟା ୧୪ ମିନିଟ୍ ପର୍ଯ୍ୟନ୍ତ
ପ୍ରଦୋଷ କାଳ- ସନ୍ଧ୍ୟା ୫ଟା ୩୮ ମିନିଟ୍‌ ରୁ ରାତି ୮ଟା ୧୩ମିନିଟ୍ ପର୍ଯ୍ୟନ୍ତ
ବୃଷଭ କାଳ- ସନ୍ଧ୍ୟା ୬ଟା ୫୦ ମିନିଟ୍‌ ରୁ ରାତି ୮ଟା ୪୫ ମିନିଟ୍ ପର୍ଯ୍ୟନ୍ତ

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories