www.samajalive.in
Monday, December 8, 2025
20.1 C
Bhubaneswar

ଜାଣନ୍ତୁ ଧନତେରସରେ କ’ଣ କିଣିବେ ଏବଂ କ’ଣ କରିବେ ଦାନ

ଦୀପାବଳି ଦୁଇ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୫ ତାରିଖ ସୋମବାର ହେଉଛି ଧନତେରସ । ସୋମବାର ଚନ୍ଦ୍ରମାଙ୍କ ଦିନ ହୋଇ ଥିବାରୁ ଏହି ଚାନ୍ଦି ସାମଗ୍ରୀ କିଣିବା ଅତ୍ୟନ୍ତ ଶୁଭ ଅଟେ । କାରଣ ଚନ୍ଦ୍ରମାଙ୍କ ଶୁଭ ଧାତୁ ହେଉଛି ଚାନ୍ଦି । ଏହି ଦିନ ଚାନ୍ଦି ବାସନକୁସନ, ଚାନ୍ଦି ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି କିଣିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ସଂଧ୍ୟାରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା ମଧ୍ୟ କରନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ସାମଗ୍ରୀ କିଣିବା ଏବଂ କେଉଁ ଜିନିଷ ଦାନ ଦେବା ଶୁଭ ଅଟେ ।

ସୁଖ-ସମୃଦ୍ଧି ପାଇଁ ଧନତେରସର କିଣନ୍ତୁ ଏହି ସାମଗ୍ରୀ

- Advertisement -

ଏହି ଦିନ ଦ୍ବିପ୍ରହରରେ ବାସନକୁସନ, ଆଭୂଷଣ, ଧନିଆ, ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମା, ଚାନ୍ଦିର ମୁଦ୍ରା କିଣନ୍ତୁ । ଏହା ଛଡା ଗାଡି, ଭୂମି, ବେଦ୍ୟୁତିକ ସାମଗ୍ରୀ, ବସ୍ତ୍ର , ରୋଷେଇ ବା ଘର କରଣା ସାମଗ୍ରୀ କିଣି ପାରିବେ । ଯଦି ଚାନ୍ଦି ବାସନକୁସନ କିଣୁଛନ୍ତି ତେବେ ତାହାକୁ ଖାଲି ଘରକୁ ନଆଣି ସେଥିରେ ଗୁଡ ବା କୌଣସି ମିଠା ପଦାର୍ଥ ରଖି ଆଣିବା ଉଚିତ୍ । ଘରକୁ ଆଣିବା ପରେ ଗଙ୍ଗାଜଳ ସିଞ୍ଚନ କରି ସୁନ୍ଦର ତିଳକ ଲଗାନ୍ତୁ । ସେଥିରେ ରକ୍ଷା ସୂତ୍ର ବାନ୍ଧି ଦୀପାବଳି ପୂଜା ସମୟରେ ପାଖରେ ରଖନ୍ତୁ ।

ଧନତେରସ ଦିନ କିଣାକିଣି କରିବାର ଶୁଭ ମୁହୂର୍ତ୍ତ

ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ମଧ୍ୟାହ୍ନ୧୨ଟାରୁ ସାଢେ ୧ଟା ଯାଏଁ ଏବଂ ଅପରାହ୍ନ ସାଢେ ୪ଟାରୁ ସଂଧ୍ୟା ସାଢେ ୭ଟା ମଧ୍ୟରେ କିଣାକିଣି କରିବା ଅତ୍ୟନ୍ତ ଶୁଭ ।

କେଉଁ ଜିନିଷ ଦାନ ଦେବେ

ଏହା ଛଡା ଗହମ, ବସ୍ତ୍ର ଏବଂ ଔଷଧ ଦାନ କରିବା ଅତି ଉତ୍ତମ ଅଟେ । ସଂଧ୍ୟାରେ ମୁଖ୍ୟ ଦ୍ବାରା ନିକଟରେ ଯମରାଜଙ୍କ ଉଦ୍ଦେଶ୍ୟରେ ଏକ ବଡ ଦୀପ ଜଳାନ୍ତୁ । ଯାହା ଦ୍ବାରା ଅକାଳ ମୃତ୍ୟୁ ଯୋଗ ରହିବ ନାହିଁ ।

ଆଲୋଖ୍ୟ-  ବୈଜୟନ୍ତୀ ନାୟକ

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories