www.samajalive.in
Monday, December 8, 2025
27.1 C
Bhubaneswar

ଦୀପାବଳୀରେ ଲକ୍ଷ୍ମୀ ଓ ଗଣେଶଙ୍କୁ ପୂଜା କରିବା ନେଇ ଏକ କ୍ଷୁଦ୍ର ଗଳ୍ପ

ଗୋଟିଏ କଥା ଅନୁସାରେ, ଥରେ ଜଣେ ସାଧୁ ମନରେ ରାଜସିକ ସୁଖ ହାସଲ କରିବାର ବିଚାର ଆସିଲା। ତେଣୁ ସେ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କରିବା ଆରମ୍ଭ କଲା। ସାଧୁର ତପସ୍ୟାରେ ପ୍ରସନ୍ନ ହୋଇ ମା’ଲକ୍ଷ୍ମୀ ସେ ଚାହୁଁଥିବା ବର ତାକୁ ପ୍ରଦାନ କରିଥିଲେ। ବର ପାଇବା ପରେ ସେ ସାଧୁ ରାଜାଙ୍କ ଦରବାରରେ ପହଞ୍ଚିଲା ଓ ସିଂହାସନ ଉପରେ ଚଢି ରାଜାଙ୍କ ମୁକୁଟ ତଳକୁ ପକାଇ ଦେଇଥିଲା। ରାଜା ଦେଖିଲେ ମୁକୁଟ ଭିତରୁ ଏକ ବିଷଧର ସାପ ବାହାରି ପଳାଇଲା। ଏହା ଦେଖି ରାଜା ବହୁତ ପ୍ରସନ୍ନ ହେଲେ , କାରଣ ସାଧୁ ସାପ କବଳରୁ ରାଜାଙ୍କୁ ରକ୍ଷା କଲା। ସେହିପରି ଥରେ ସାଧୁ ରାଜମହଲରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଖୁବ୍‍ ଶୀଘ୍ର ରାଜମହଲ ଛାଡ଼ି ବାହାରକୁ ଯିବା ପାଇଁ କହିଲା। ସମସ୍ତେ ବାହାରକୁ ବାହାରିଯିବା ମାତ୍ରେ ରାଜମହଲ ଭୁଶୁଡ଼ି ପଡ଼ିଥିଲା। ଏନେଇ ରାଜା ପୁଣି ତା’ର ପ୍ରଶଂସା କଲେ ଓ ଖୁବ୍‍ ଧନସମ୍ପତ୍ତି ଦେଲେ। ବାରମ୍ବାର ନିଜ ପ୍ରଶଂସା ଶୁଣି ସାଧୁ ମନରେ ଅହଙ୍କାର ଆସିବାକୁ ଲାଗିଲା ଓ ତା’ର ବ୍ୟବହାରରେ ପରିବର୍ତ୍ତନ ଦେଖାଦେଲା। ତେଣୁ ଧିରେ ଧିରେ ରାଜାଙ୍କ ସମେତ ଅନ୍ୟ ସମସ୍ତେ ଯେଉଁମାନେ ତାକୁ ଖୁବ୍‍ ଭଲ ପାଉଥିଲେ ସେ ସମସ୍ତେ ତାକୁ ଘୃଣା କରିବାକୁ ଲାଗିଲେ। ଏଥିସହିତ ତା’ ଉପରେ ପ୍ରସନ୍ନ ହୋଇ ରାଜା ରାଜଦରବାରରେ ତାକୁ ଦେଇଥିବା ଏକ ବିଶେଷ ସ୍ଥାନରୁ ମଧ୍ୟ ତାକୁ ହଟାଇ ଦେଇଥିଲେ।

ସାଧୁକୁ ନିଜ ଭୁଲର ପଶ୍ଚାତାପ ହେଲା ସେ ଗଣେଶଙ୍କୁ ପ୍ରସନ୍ନ କଲା ଓ ଗଣେଶ ପ୍ରସନ୍ନ ହେବା ଦ୍ୱାରା ସାଧୁ ଉପରେ ରାଜାଙ୍କର ଥିବା ରାଗ କମି ଯାଇଥିଲା ଓ ସାଧୁକୁ ତା’ର ସ୍ଥାନ ପୁନର୍ବାର ଦିଆଗଲା।

- Advertisement -

ସେଥିପାଇଁ କୁହାଯାଏ, ଧନ ପାଇଁ ବୁଦ୍ଧିର ଆବଶ୍ୟକତା ରହିଛି। ତେଣୁ ଦୀପାବଳୀରେ ମା’ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ରୂପରେ ଧନ ଓ ବୁଦ୍ଧିର ପୂଜା କରାଯାଇଥାଏ।

ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories