www.samajalive.in
Wednesday, December 10, 2025
26.1 C
Bhubaneswar

ଧାମନଗର ବିଧାୟକଙ୍କ ନାଁରେ ମହିଳା ଆୟୋଗରେ ଅଭିଯୋଗ

ଭୁବନେଶ୍ୱର : ମହିଳାଙ୍କୁ ଅସମ୍ମାନ ଅଭିଯୋଗରେ ଧାମନଗର ବିଧାୟକଙ୍କ ବିରୋଧରେ ରାଜ୍ୟ ମହିଳା ଆୟୋଗଙ୍କ ନିକଟରେ ବୁଧବାର ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଅଭିଯୋଗ କରିଛି।
ଗତ ୧୦ ଡିସେମ୍ବର ବିଶ୍ୱ ମାନବ ଅଧିକାର ଦିବସରେ ଭଦ୍ରକଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର କେନ୍ଦ୍ରୀୟ ସମ୍ପାଦିକା ତାପସୀ ପ୍ରହରାଜଙ୍କୁ ବିଜେପି ବିଧାୟକ ବିଷ୍ଣୁ ସେଠୀ ଅଶାଳୀନ ବ୍ୟବହାର କରିବା ସହ ଧମକ େଦଇଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ସମିତିର ଭୁବନେଶ୍ୱର ଜିଲା କମିଟି ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଶ୍ରୀ ସେଠୀଙ୍କ ଏତାଦୃଶ ଆଚରଣ ବିରୋଧରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଗତ ୧୧ ତାରିଖରେ ଏତଲା ଦାଏର ହୋଇଛି। ମାତ୍ର ଆଜିପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ଘଟଣାର ତଦନ୍ତ କରି ଶ୍ରୀମତୀ ପ୍ରହରାଜଙ୍କ ସହିତ ସମସ୍ତ ମହିଳାଙ୍କୁ ନ୍ୟାୟ ଓ ସୁରକ୍ଷା ଦେବାପାଇଁ ସମିତିର କର୍ମକର୍ତ୍ତା ନିବେଦନ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories