www.samajalive.in
Saturday, December 6, 2025
26.1 C
Bhubaneswar

ଧାମରାରେ ଭିନ୍ନକ୍ଷମ ପ୍ରଶିକ୍ଷଣ ସାମର୍ଥ୍ୟ ଶିବିର

ଧାମରା: ଧାମରା ମନ୍ଦିର ପରିସରରେ ଆଜି ମୋଟୋରୋଲା ଏବଂ ଆକ୍ସନଆଡ ଇଣ୍ଡିଆ ମିଳିତ ସହଯୋଗରେ ଏକ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଶିବିରରେ ଶତାଧିକ ଭିନ୍ନକ୍ଷମ ଭାଇ ଭଉଣୀମାନେ ଯୋଗ ଦେଇଥିବା ପରିପ୍ରେକ୍ଷୀରେ ଆଗାମୀ ଦିନରେ ଏହି ଭାଇ ଭଉଣୀମାନେ ନିଜ ଗୋଡରେ କିପରି ଛିଡା ହେବା ସହ ପର ଉପରେ ନିର୍ଭର ନକରି ଆତ୍ମ ନିର୍ଭରଶୀଳ ହୋଇ ପାରିବେ ସେ ବିଷୟରେ ଏହି ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଧାମରା ଜୋନର ସଭାପତି ମନ୍ମଥ ପରିଡ଼ା ସଭାପତି ଭାବେ ଯୋଗଦେଇ କିପରି ନିଜେ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ଆଜି ଭଳି ଦିନରେ ସେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ କିଛି ବ୍ୟକ୍ତିଙ୍କୁ ନିଜ ପାଖରେ ସାମୂହିକ ଭାବେ ନିଯୁକ୍ତି ଦେଇ ପାରିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ପରିବେଶବିତ ତଥା ସମାଜସେବୀ ଶରତ ଦଳେଇ ଯୋଗ ଦେଇ ଭିନ୍ନକ୍ଷମମାନଙ୍କ ପାଇଁ ସରକାର କିପରି ବହୁ ଯୋଜନା କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ପ୍ରୟାଶ ଜାରି ରଖିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ। ଆଜିର ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିକଳାଙ୍ଗ ମଞ୍ଚର ଭଦ୍ରକ ଜିଲ୍ଲା ଉପସଭାପତି କରୁଣାକର ସାହୁ, ରାଜ୍ୟ ସଂପାଦକ ଅକ୍ଷୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଭିନ୍ନକ୍ଷମମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଥିସହ କିପରି ଭିନ୍ନକ୍ଷମମାନେ ନିଜର ନେତୃତ୍ୱର ଦକ୍ଷତା ବଢ଼ାଇବା ସହ ନିଜେ ସମସ୍ତ ସରକାରୀ ଯୋଜନାରେ ସାମିଲ ହୋଇ ନିଜ ଅଞ୍ଚଳର ଅନ୍ୟ ଭାଇ ଭଉଣୀମାନଙ୍କୁ ରୋଜଗାର କରିବାର ଉପାୟ ବତାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆହ୍ୱାନ ଦେବେ ସେ ବିଷୟରେ ଆଲୋକପାତ କରିଥିଲେ। ଶେଷରେ କରୁଣାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories