www.samajalive.in
Saturday, December 6, 2025
26.1 C
Bhubaneswar

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ, ଡାକସେବା ବନ୍ଦ

ଧାମରା : ଚାନ୍ଦବାଲି ନିକଟସ୍ଥ ଧାମରା ସବ ପୋଷ୍ଟ ଅଫିସ ଠାରେ ମଙ୍ଗଳବାର ଗ୍ରାମୀଣ ଡାକ ସେବକ ମାନଙ୍କ ପକ୍ଷରୁ ଅନିର୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଛି। ୫ଟି ବ୍ରାଞ୍ଚର ୧୪ ଜଣ କର୍ମଚାରୀ ସେମାନଙ୍କ ନାର୍ଯ୍ୟ ଦାବୀ ହାସଲ ପାଇଁ ଯଥା ସେମାନଙ୍କୁ ଦୈନିକ ୮ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ, ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନତି, ୫ଲକ୍ଷ ସ୍ୱାସ୍ଥ୍ୟ ବୀମା, ସେମାନଙ୍କୁ ପେନଶନ ପ୍ରଦାନ ଗ୍ରାଚୁଇଟି , ଭତା ବାବଦରେ ୫ଲକ୍ଷ ଟଙ୍କା ପ୍ରଦାନ କରିବା ସହ ମାସିକିଆ ଦିଆଯାଉଥିବା ଟାର୍ଗେଟ ବନ୍ଦ କରିବାକୁ ସେମାନେ ଦାବୀ ରଖିଛନ୍ତି।
ଦୀର୍ଘଦିନ ହେବ ଗ୍ରାମୀଣ ଡାକ ସେବକ ସେବା ଯୋଗାଇ ଆସୁଥିବା ବେଳେ ସେମାନେ ନିଜର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ଦାବୀ ପୂରଣ ନ ହେବା ପର୍ୟ୍ୟନ୍ତ ସେମାନେ ସେମାନଙ୍କ ଧାରଣା ଅବ୍ୟାହତ ରଖିବେ। ଏହି ଧାରଣାରେ ପ୍ରତାପ ରାଉତ, ବିଜୟ ସାହୁ, ଅଜୟ ସାହୁ, ଓମ ପ୍ରକାଶ ମାଈତି, ଦେବାଶିଷ ମାଈତି, ରାକେଶ ଦାସ, ରେଖାବତୀ ଜେନା, ଦୀପକ ଦଣ୍ଡପାଟ, ପୁଜାରିଣୀ ସାହୁ, ନମିତା ରାଣୀ ଚାନ୍ଦ, ପତିତ ପବନ ପାତ୍ର, ପ୍ରଣବ ପରିଡା, ଅବନ୍ତୀ ସେଥୀ, ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ ଏହି ଧାରଣାରେ ବସିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories