www.samajalive.in
Monday, December 8, 2025
27.1 C
Bhubaneswar

ସାଂସଦ ଅନୁମୋଦନ କଲେ ୧୪ଟି ପିଏମ୍‌ଜିଏସ୍‌ୱାଇ ରାସ୍ତା, ଅଞ୍ଚଳବାସୀଙ୍କ ମଧ୍ୟରେ ଆସ୍ୱସ୍ତି

ଦେବଗଡ:ଚଳିତ ୨୦୨୦-୨୧ ଆର୍ଥୀକ ବର୍ଷରେ ଜିଲା ପ୍ରଶାସନ ଏବଂ କମିଟି ଦ୍ୱାରା ପ୍ରସ୍ତାବିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ.)ଅଧୀନରେ ଦେବଗଡ ଜିଲାର ମୋଟ ୧୪ ଟି ରାସ୍ତାକୁ ସମ୍ବଲପୁର ଲୋକସଭା ସଦସ୍ୟ ନିତେଶ ଗଙ୍ଗଦେବ ଅନୁମୋଦନ କରିଛନ୍ତି। ଏହି ୧୪ଟି ରାସ୍ତା ହେଲା ତିଲେଇବଣି ବ୍ଲକର ସୁଗୁଡାରୁ ଚଡକମରା, ଝରାସାହି ଆର୍ଡି ରାସ୍ତାରୁ ନିକ୍ତିମାଳ,କଂସରରୁ ଚାଇମାନ,ଜାତୀୟ ରାଜପଥରୁ ଦନାର୍ଦ୍ଦନପାଲି(ଭାୟା ଖଣ୍ଡାଧୂଆଁ ରୁ ସୁଗୁଡା),ରାଜ୍ୟ ରାଜପଥରୁ ହାତୀପଥର (ଭାୟା ବଡଛାପଲ) ଓ ଝରାଗୋଗୁଆରୁ ଭାଲୁଚୂଆଁ(ଭାୟା ତେଲିକୁସୁମ), ରିଆମାଳ ବ୍ଲକର ପୂର୍ତ୍ତ ବିଭାଗ ରାସ୍ତାରୁ ନାଉଲିପଡା (ଭାୟା ମଧୁପାଲି),ଟୁହିଲାମାଳ ଛକରୁ ନିଳଗଣ୍ଡିଆ,ମହାସିନ୍ଧୁ(ନୂଆଁ ରେଙ୍ଗତା)ରୁ ନୂଆଁଡିହୀ ଓ କରଲଗା ଛକ(୫୩ ନମ୍ବର ଜାତୀୟ ରାଜପଥ)ରୁ ତୁଳସୀପୁର ଏବଂ ବାରକୋଟ ବ୍ଲକର କଲାରୁ ଆଦ୍ୟପୁର(ଭାୟା ଲାଲାପୋଶି),୪୯ ନମ୍ବର ଜାତୀୟ ରାଜପଥରୁ ପେଟପୁରା ଛକ(ଭାୟା ମଧ୍ୟପୁର),ବଳମରୁ ବଡବାହାଳ (ଭାୟା ଉଟୁଣିଆମୁଣ୍ଡା) ଓ ୨୩ ନମ୍ବର ଜାତୀୟ ରାଜପଥରୁ ବ୍ରାହ୍ମଣୀଦେଇ ପର୍ଯ୍ୟନ୍ତ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ମୋଟ ୯୦ କିମି ରାସ୍ତା ବିଶିଷ୍ଟ ଏହି ୧୪ ଗୋଟି ରାସ୍ତା (ପି.ଏମ୍.ଜି.ଏସ୍.ୱାଇ-୩)ନିର୍ମାଣ ନିମନ୍ତେ ପ୍ରସ୍ତାବ ଅନୁମୋଦନ ଲାଭ କରିବାପରେ ଉପଯୁକ୍ତ ଗମନାଗମନ ଅଭାବରୁ ବିଭିନ୍ନ ସମସ୍ୟାର ସମ୍ମୂଖିନ ହେଉଥିବା ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଆସ୍ୱସ୍ତି ପ୍ରକାଶ ପାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories