www.samajalive.in
Saturday, December 6, 2025
26.1 C
Bhubaneswar

ଚୋର ଚାଳକ ଗିରଫ : ୭ ଲକ୍ଷ ଟଙ୍କା ଉଦ୍ଧାର

ଦେବଗଡ : ପଶ୍ଚିମବଙ୍ଗର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୭ଲକ୍ଷ ୧୦ ହଜାର ଟଙ୍କା ଚୋରୀ କରି ନେଉଥିବା ବେଳେ ଚାଳକ ଗିରଫ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ଦେବଗଡ ଥାନାଂଚଳରେ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ମିଦନାପୁର ଅଂଚଳର ନିର୍ମଳ ଚନ୍ଦ୍ର ସେନ ନାମକ ଜଣେ ସୁନା ବ୍ୟବସାୟୀ ଗତକାଲି ୭ ଲକ୍ଷ ଟଙ୍କା ନେଇ ଏକ  କାର ଯୋଗେ ମୁମ୍ବଇରୁ ଫେରୁଥିଲେ । ମାତ୍ର ରାତ୍ରୀ ହୋଇଯିବାରୁ ସେ ଦେବଗଡ ଥାନା ଅନ୍ତର୍ଗତ କୈଳାଶ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଢାବା ନିକଟରେ କାର ଅଟକାଇବା ସହ ଖିଆପିଆ ସାରି କାର ମଧ୍ୟରେ ଶୋଇ ପଡିଥିଲେ । ମାତ୍ର ଆଜି ପ୍ରତ୍ୟୂଷରେ ନିର୍ମଳ ନିଦରୁ ଉଠି ଦେଖିବା ବେଳକୁ କାର ଚାଳକ ଏବଂ କାରରେ ଥିବା ୭ ଲକ୍ଷ ୧୦ ହଜାର ଟଙ୍କା ଉଭାନ ହୋଇଯାଇଥିବା ଦେଖିବାକୁ ପାଇଥିଲେ ।
ଏନେଇ ସୁନା ବ୍ୟବସାୟୀ ନିର୍ମଳ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତୁରନ୍ତ କାର ଚାଳକର ମୋବାଇଲ ଟ୍ରାକିଂ କରି ତାକୁ ପିଛା କରିଥିଲା । ଏଥିସହ ବାରକୋଟ ଥାନା ଅନ୍ତର୍ଗତ କଲା ଟୋଲ୍‌ ଗେଟ ନିକଟରୁ ତାକୁ ଗିରଫ କରି ଦେବଗଡ ଥାନାକୁ ଆଣିଥିଲା । ଏଥିସହ ତା’ ନିକଟରୁ ବ୍ୟବସାୟୀଙ୍କର ୭ ଲକ୍ଷ ୧୦ ହଜାର ଟଙ୍କା ଉଦ୍ଧାର କରିଥିବା ଜଣାପଡିଛି । ଗିରଫ କାର ଚାଳକର ନାମ ମୁକୁଳ ସନ୍ତୋଷ ଦାଶ ଓ ସେ ଜଣେ ଟ୍ୟାକ୍ସି ଚାଳକ ଭାବେ ମୁମ୍ବଇରେ କାର୍ଯ୍ୟ କରେ । କିନ୍ତୁ ଆବଶ୍ୟକତା ଦୃଷ୍ଟିରୁ ନିର୍ମଳ ତାଙ୍କୁ ପେଡ୍‌ ଡ୍ରାଇଭର ଭାବେ ସାଙ୍ଗରେ ନେଇ ପଶ୍ଚିମବଙ୍ଗ ଯାଉଥିଲେ ।

 

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories