www.samajalive.in
Monday, December 8, 2025
27.1 C
Bhubaneswar

ଭିମକଟାର ହେବ ସୌନ୍ଦର୍ଯ୍ୟକରଣ; ଭିତ୍ତିପ୍ରସ୍ତର ସ୍ଥାପନ କଲେ ନରସିଂହ ମିଶ୍ର

ଦେଓଗାଁ : ଦେଓଗାଁ ବ୍ଳକର ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ଭିମପାହାଡ଼ଠାରେ ଥିବା ଭୀମକଟାର ସୌନ୍ଦର୍ଯ୍ୟକରଣ କରି ମାଟି ଉନ୍ନତି କରାଯିବ। ଏନେଇ ମଙ୍ଗଳବାର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଚିହ୍ନଟ କରି କୋଟି କୋଟି ଟଙ୍କାରେ ଏହାର ବିକାଶ କରାଯାଇଛି। ଆଗକୁ ଆହୁରି ହେବ। ଭିମ କଟାର ମାଟି ଉନ୍ନତି କରି ଏହାର ସୌନ୍ଦର୍ଯ୍ୟକରଣ ହେଲେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଆହୁରି ଉପଭୋଗ କରିପାରିବେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।

ବିଧାୟକଙ୍କ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ, ବ୍ଳକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରୀଆ, ବନ୍ଧପଡା ସମିତି ସଭ୍ୟ କାନ୍ତେଶ୍ୱର ପଧାନ, ବ୍ଳକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ, ବରିଷ୍ଠ ନେତା ବିରେନ ମିଶ୍ର, ମନୀଷ ମିଶ୍ର, ଅସିତ ମିଶ୍ର, ମୟ ପ୍ରଧାନୀ, ବିକାଶ ସାହୁ, ମନବୋଧ ହରପାଳଙ୍କ ସହ ଶତାଧିକ ବିଧାୟକଙ୍କ ସମର୍ଥକ ସାମିଲ ହୋଇଥିଲେ। ଏହି ଭିମଡୁଙ୍ଗୁରୀ ଭିମକଟା କ୍ଷୁଦ୍ର ଜଳସେଚନର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୧କୋଟି ୯୩ ଲକ୍ଷ ୩୩ ହଜାର ୧୧୧ ଟଙ୍କା ଯୋଗାଇ ଦେଇଛନ୍ତି। ଆସିଥିବା ଏହି ଟଙ୍କାରେ ମାଟି ଉନ୍ନତି, ଟିକଟ ଘର, କଂକ୍ରିଟ ରାସ୍ତା, ପାହାଚ ଘାଟ, ଗାଡ଼ୱାଲ ସହ ପୋଖରୀ ଚାରିପଟେ ସୌନ୍ଦର୍ଯ୍ୟ କରାଯିବ ବୋଲି ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ବିଧାୟକଙ୍କୁ ଡିପିଆର ଦେଖାଇଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories