www.samajalive.in
Saturday, December 6, 2025
26.1 C
Bhubaneswar

ମହିଳା ଗୋଷ୍ଠୀଙ୍କୁ ବ୍ୟାଙ୍କ ସୁଧକୁ ନେଇ ସଚେତନତା

ଦେଓଗାଁ: ଦେଓଗାଁ ବ୍ଳକ ଅନ୍ତର୍ଗତ ବନ୍ଧପଡା ପଞ୍ଚାୟତ ସଭା ଗୃହ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ବ୍ୟାଙ୍କ ର ଚାପ ଓ ସୁଧ ଫେରାଇବା ବ୍ୟବସ୍ଥାକୁ ନେଇ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବନ୍ଧପଡା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଚେତନତା କାର୍ୟ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଦୟାନିଧି ଖମାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସରକାର ମିଶନ ଶକ୍ତି ଜରିଆରେ ଦେଉଥିବା ସହାୟତା ଉପରେ କହିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଦେଓଗାଁ ସିଡ଼ିପିଓ ଶୁକାନ୍ତି ବେହେରା, ମିଶନ ଶକ୍ତିର ଭକ୍ତି ଭୂଷଣ ପଣ୍ଡା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବନ୍ଧପଡା ଶାଖା ପରିଚାଳକ ସୁଶାନ୍ତ ଭୋଇ ଯୋଗ ଦେଇଥିଲେ। ଉପସ୍ଥିତ ମହିଳା ଗୋଷ୍ଠୀର ସଦସ୍ୟା ମାନଙ୍କୁ ବ୍ୟାଙ୍କ ପରିଚାଳକ ଋଣ ପରିଶୋଧ ସହ କିଭଳି ଠିକ ଭାବରେ ସୁଧ ଦେଇ ପାରିବେ ସେ ଦିଗରେ ସଚେତନ କରିଥିଲେ। ଆଜିର ଏହି କାର୍ୟ୍ୟକ୍ରମରେ ଶତାଧିକ ମହିଳା ଯୋଗଦେଇଥିବା ବେଳେ ଜୀବନ ଜୀବିକା ମିଶନର ବ୍ଳକ ସଂଯୋଜକ ପ୍ରଦୀପ ଛତ୍ରୀଆ ଧନ୍ୟବାଦ ଦେଇଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories