www.samajalive.in
Friday, December 5, 2025
27.1 C
Bhubaneswar

ଜଳ ନଷ୍ଟ କଲେ ୨ହଜାର ଜୋରିମାନା

ନୂଆଦିଲ୍ଲୀ: ଦେଶରେ ଭୂତଳ ଜଳ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଜଳ ଅପଚୟ ରୋକିବାକୁ କଠୋର ପଦକ୍ଷେପ ନେବା ପାଇଁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଜଳ ଅପଚୟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ୨୦୦ଟି ଦଳ ନିୟୋଜିତ କରିବାକୁ ଦିଲ୍ଲୀ ଜଳ ବୋର୍ଡ ଅଧ୍ୟକ୍ଷା ତଥା ମନ୍ତ୍ରୀ ଅତିଶି ବୋର୍ଡର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସହ ବାଣିଜ୍ୟିକ ନିର୍ମାଣ କାର୍ୟ୍ୟରେ ପାନୀୟ ଜଳ ବ୍ୟବହୃତ ହେଉଥିଲେ ଏହାର ସଂଯୋଗ କାଟିବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିସହିତ ପାଣି ନଷ୍ଟ କଲେ ୨ହଜାର ଟଙ୍କା ଜୋରିମାନା ହେବ ବୋଲି ଘୋଷଣା କରାଯାଇଛି। ବିଶେଷ କରି ପାଇପ ଜଳ ବ୍ୟବହାର କରି ଗାଡ଼ି ଧୋଇବା, ପାଣି ଟାଙ୍କି ଓଭର୍ ଫ୍ଲୋ ହୋଇ ଜଳ ନଷ୍ଟ ହେବା, ପାନୀୟ ଜଳକୁ ନିର୍ମାଣ କାର୍ୟ୍ୟରେ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି।

ସେହିପରି ବେଆଇନ ଭାବେ ଜଳସଂଯୋଗ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିଶି ନିର୍ଦେଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଗତ ଦୁଇ ସପ୍ତାହ ଧରି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଅସହ୍ୟ ଗରମ ସାଙ୍ଗକୁ ଜଳ ସଂକଟ ଲାଗି ରହିଛି। ଏହାର ମୁକାବିଲା ପାଇଁ ବୋର୍ୱେଲଗୁଡ଼ିକ ଚାଲିବା ସମୟ ଦୁଇଗୁଣ ବୃଦ୍ଧି କରାଯାଇଛି। ଦୈନିକ ୧୪ ଘଣ୍ଟା ବୋର୍ୱେଲ ଚଳାଇବା ସହ ଜଳ ଯୋଗାଇ ଦିଆଯାଉଛି। ଜଳାଭାବ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି ପହଞ୍ଚାଯାଉଛି। ଏହି ପାଣିରେ କିଛି ଲୋକ ଗାଡ଼ି ଧୋଉଥିବା ଓ ନିର୍ମାଣ କାର୍ୟ୍ୟରେ ଏହାକୁ ବ୍ୟବହାର କରୁଥିବା ଦେଖାଯାଉଛି। ଏହାଦ୍ବାରା ପାନୀୟ ଜଳର ଅପବ୍ୟବହାର ହେଉଥିବା ଅତିଶି ଦର୍ଶାଇଛନ୍ତି।
ସୂଚନାଥାଉ କି ଦିଲ୍ଲୀରେ ଜଳ କଷ୍ଟ ଏକ ନିୟମିତ ସମସ୍ୟା। ଏତଦ୍ ବ୍ୟତୀତ ହରିୟାଣା ସରକାର ଦିଲ୍ଲୀକୁ ନିଜ ଭାଗର ନଦୀ ଜଳ ପ୍ରଦାନ କରୁନଥିବାରୁ ରାଜଧାନୀରେ ଜଳସଂକଟ ସୃଷ୍ଟି ହେଉଛି। ମଙ୍ଗଳବାର ଅତିଶି ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଏଭଳି ଅଭିଯୋଗ ଆଣିବା ସହ ହରିୟାଣା ସରକାରଙ୍କ ବିରୋଧରେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଚିନ୍ତା କରୁଥିବା ସୂଚନା ଦେଇଥିଲେ। ଦିଲ୍ଲୀବାସୀ ଯେପରି ଜଳକଷ୍ଟ ନ ଭୋଗିବେ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ଦିଲ୍ଲୀରେ ଜଳାଭାବ ପରିଲକ୍ଷିତ ହେଉଥିବାରୁ ଜନସାଧାରଣ ସଂଯମତାର ସହ ଜଳ ବ୍ୟବହାର କରିବାକୁ ଅତିଶି ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ହରିୟାଣା ସରକାରଙ୍କ ବିରୋଧରେ ଦିଲ୍ଲୀ ସରକାର ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବା କହିଛନ୍ତି। ହରିୟାଣା ତରଫରୁ ଦିଲ୍ଲୀକୁ ନିର୍ଦ୍ଦିଷ୍ଟ ପରିମାଣର ଜଳ ଯୋଗାଇ ଦିଆଯାଉଥିବାବେଳେ ଦିଲ୍ଲୀ ସରକାର ଜଳ ଚୋରି ଓ ଅପଚୟକୁ ରୋକିବାରେ ବିଫଳ ହୋଇଥିବା ବୀରେନ୍ଦ୍ର କହିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories