www.samajalive.in
Tuesday, December 9, 2025
17.1 C
Bhubaneswar

ପୁଣି ଦେଶକୁ କରୋନା ଚିନ୍ତା; ଦିଲ୍ଲୀ ଓ ଗୁରୁଗ୍ରାମରେ ବଢ଼ିଲେଣି ସଂକ୍ରମିତ !

ନୂଆଦିଲ୍ଲୀ: ଦେଶରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ । ଗତ କିଛିଦିନ ହେବ ଦେଶରେ ୪ ଅଙ୍କ ତଳେ କରୋନା ମାମଲା ଚିହ୍ନଟ ହେଉଥିବା ବେଳେ ପୁଣି କରୋନା ଗ୍ରାଫ୍‌ ୪ ଅଙ୍କ ଉପରେ ରହିଲାଣି । ଗତକାଲି ଦେଶରେ ୧ହଜାର ୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଚିନ୍ତା ବଢ଼ାଇଛି ରାଜଧାନୀ ଦିଲ୍ଲୀ ଓ ଗୁରୁଗ୍ରାମର ସଂକ୍ରମିତ । କାରଣ ଏହି ଦୁଇ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସାରା ଦେଶର ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ନେଲେ କେବଳ ଏହି ଦୁଇଟି ସ୍ଥାନରୁ ୪୧ ପ୍ରତିଶତ ମାମଲା ରହିଛି । ଦିଲ୍ଲୀରେ ମାର୍ଚ୍ଚ ୪ତାରିଖରେ ସର୍ବାଧିକ ମାମଲା ଆସିଥିଲା । ଏହାପରେ ଗତକାଲି ପୁଣି ଦିଲ୍ଲୀରେ ୨୯୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଗୁରୁଗ୍ରାମରେ ମଧ୍ୟ ୧୪୬ଜଣ ସଂକ୍ରମତ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲା ସ୍ୱାସ୍ଥ୍ୟବିଭାଗ ।

ମାର୍ଚ୍ଚ ୪ରେ ଦିଲ୍ଲୀରେ ସର୍ବାଧିକ ୩୦୦ କରୋନା ମାମଲା ଚିହ୍ନଟ ହୋଇଥିଲା । ପରେ ଏହା ଧୀରେଧୀରେ ହ୍ରାସ ଘଟିଥିଲା । ହେଲେ ବର୍ତ୍ତମାନ ଦିଲ୍ଲୀରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ଦେଖିବାକୁ ମିଳିଲାଣି । ଅନ୍ୟପଟେ ଦିଲ୍ଲୀର ନୋଏଡ଼ାର ବିଭିନ୍ନ ବିଦ୍ୟାଳୟରେ ୯ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ନୋଏଡାଠାରେ ଗତ ଚାରି ଦିନରେ ୩୦ରୁ ଅଧିକ ପିଲା କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ଗଙ୍ଗାରାମ ରୋଡରେ ଥିବା ବାଲ ଭାରତୀ ପବ୍ଲିକ ସ୍କୁଲରେ ମଧ୍ୟ ଜଣେ ଶିକ୍ଷକ ସଂକ୍ରମିତ ହୋଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories