ନୂଆଦିଲ୍ଲୀ : ବଡ଼ କୋଠାର ଛାତ ଉପରେ ବା ତଳ ମହଲାରେ ରୋଷେଇକୁ ସରକାର ନିଷିଦ୍ଧ କରିଛନ୍ତି। ଫେବୃଆରୀରେ ଦିଲ୍ଲୀର କାରୋଲବାଗସ୍ଥିତ ହୋଟେଲ ଅର୍ପିତ ପ୍ୟାଲେସ୍ରେ ଅଗ୍ନିକାଣ୍ଡ ଘଟି ୧୭ଜଣ ପ୍ରାଣ ହରାଇବା ଓ ସମ୍ପ୍ରତି ସୁରତରେ ୨୩ ଛାତ୍ରଙ୍କ ମୃତ୍ୟୁ ଘଟଣା ପରିପ୍ରେକ୍ଷୀରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ୨୦୧୬ର ‘ୟୁନିଫାଏଡ଼ ବିଲ୍ଡିଂ’ ଆଇନ (ୟୁବିବିଏଲ)କୁ ସଂଶୋଧନ କରିଛନ୍ତି। ବଡ଼ ବଡ଼ ବାଣିଜ୍ୟିକ କୋଠାର ତଳ ମହଲାରେ ଓ ଛାତ ଉପରେ ରୋଷେଇ ଏବଂ ବିଦ୍ୟୁତ୍ ସର୍ଟ ସର୍କିଟ୍ କାରଣରୁ ଅଧିକ ଅଗ୍ନିକାଣ୍ଡ ଘଟୁଥିବାରୁ ପ୍ରତିକାର ସ୍ବରୂପ ଏଭଳି ନିଷେଧାଦେଶ ଜାରି କରାଯାଇଛି। କୌଣସି କୋଠାର ନିର୍ମାଣବେଳେ ଛାତ ଉପରେ ବା ନିମ୍ନ ମହଲାରେ ରୋଷେଇ କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ। ଏମିତି କି ରୋଷେଇ ପାଇଁ ଫାଇବର ବା ପ୍ଲାଷ୍ଟିକ ଭଳି ପଦାର୍ଥରେ କୌଣସି ଅସ୍ଥାୟୀ ଘର ତିଆରି କରିବା ଓ ଇନ୍ଧନ ସାମଗ୍ରୀ ରଖିବା ମଧ୍ୟ ଦଣ୍ଡନୀୟ ଅପରାଧ ହେବ ବୋଲି ସାନି ଆଇନରେ ବ୍ୟବସ୍ଥା ରହିଛି। ରୋଷେଇ ଘରେ ଗ୍ୟାସ, କାଠ ନିର୍ମାଣ, ଫୋମ୍, କାର୍ପେଟ ଆଦି ରଖିବାକୁ ନିଷେଧ କରାଯାଇଛି।
Popular Categories



