ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ଫାକ୍ଟ୍ରିମାଲିକ ସହ ମ୍ୟାନେଜର ଗିରଫ
ଦିଲ୍ଲୀ: ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ପୁଲିସ ଫାକ୍ଟ୍ରିମାଲିକ ସହ ତାଙ୍କ ମ୍ୟାନେଜରକୁ ଗିରଫ କରିଛି। ଅଗ୍ନିକାଣ୍ଡ ଘଟଣାରେ ପୁଲିସ ଫାକ୍ଟ୍ରିମାଲିକ ରେହାନ ଏବଂ ମ୍ୟାନେଜର ଫୁରକନକୁ ଗିରଫ କରିଛି। ଦୁହିଁଙ୍କୁ ଭାରତୀୟ ପିଙ୍ଗଳ କୋର୍ଟ ୩୦୪ ଧାରା ଅନୁସାରେ ଗିରଫ କରିଥିବା ଉତ୍ତରଦିଲ୍ଲୀ ପୁଲିସ ଡିସିପି ମୋନିକା ଭରଦ୍ବାଜ ସୂଚନାଦେଇଛନ୍ତି। ଦୁହିଁଙ୍କୁ ଗିରଫ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଅଧିକ ତଥ୍ୟ ସଂଗ୍ରହ କରୁଛି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର।
Delhi Police DCP North Monika Bhardwaj: Owner of the building Rehan and his manager Furkan have been arrested. We are investigating the matter. From the information we have, more or less there is no possibility of more bodies being recovered #DelhiFire pic.twitter.com/CMutI77ryo
— ANI (@ANI) December 8, 2019
ଏଠାରେ ସୂଚନାଯୋଗ୍ୟ ଦିଲ୍ଲୀର ରାଣୀ ଝାନ୍ସୀ ରୋଡ୍ରେ ଥିବା ଏକ ଲଗେଜ ଫ୍ୟାକ୍ଟ୍ରିରେ ରବିବାର ଭୋର ସମୟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୪୫ ଜଣଙ୍କ ମୃତ୍ୟୁ ଘଟିଛି। ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।
Comments are closed.