www.samajalive.in
Sunday, December 7, 2025
16.1 C
Bhubaneswar

ରାଜ୍ୟ ସରକାରଙ୍କ ଅବହେଳା ; ବାଲେଶ୍ୱରରେ ଆୟୁଷ ହସପିଟାଲ ପ୍ରତିଷ୍ଠା କ୍ଷେତ୍ରରେ ସମସ୍ୟା

ନୂଆଦିଲୀ/ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସପିଟାଲ ପ୍ରତିଷ୍ଠାରେ ସମସ୍ୟା ଉପୁଜିଛି ବୋଲି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି। ପୂର୍ବରୁ ଢେଙ୍କାନାଳ ଓ ବ୍ରହ୍ମପୁରରେ ପ୍ରସ୍ତାବିତ ହସପିଟାଲ ପାଇଁ ରାଜ୍ୟ ସରକାର ସ୍ଥିତିର ଅଗ୍ରଗତି କିମ୍ବା ଅର୍ଥନୈତିକ ଅଗ୍ରଗତି ଉପରେ ଅବଗତ କରି ନଥିବା କାରଣରୁ ବାଲେଶ୍ୱରରେ ହେବାକୁ ଥିବା ପ୍ରକଳ୍ପ ଅନୁମୋଦନ ପାଇଁ ପ୍ରଶାସନିକ ସମସ୍ୟା ରହିଛି ବୋଲି ଶ୍ରୀ ନାଏକ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଚିଠି ଲେଖି ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେମୁଣାର ବିଧାୟକ ଗୋବିନ୍ଦ ଦାସ ତାଙ୍କ ନିକଟକୁ ପଠାଇଥିବା ଚିଠି ଆଧାରରେ ଗତ ନଭେମ୍ବର ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନାଏକଙ୍କୁ ଚିଠି ଲେଖିଥିବା ବେଳେ ମନ୍ତ୍ରୀ ଶ୍ରୀ ନାଏକ ଏହାର ଉତର ଦେଇ ଏହି ପତ୍ର ଲେଖିଛନ୍ତି। କେନ୍ଦ୍ର ଆୟୁଷମନ୍ତ୍ରୀ ଉଲେଖ କରିଛନ୍ତି ଯେ, ୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ୫୦୦ ଲକ୍ଷ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ୩୦୦ ଲକ୍ଷ ଟଙ୍କା ଯଥାକ୍ରମେ ଢେଙ୍କାନାଳ ଓ ବ୍ରହ୍ମପୁରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସପିଟାଲ ନିର୍ମାଣ ପାଇଁ ଅର୍ଥ ଅନୁମୋଦନ କରିଥିଲେ। ତେବେ ରାଜ୍ୟ ସରକାର ବିଗତ ଦିନର ଅନୁମୋଦନ ରାଶି ଉପରେ ବିନିଯୋଗ ନେଇ କୌଣସି ରିପୋର୍ଟ ଦେଇନଥିବା ହେତୁ ବାଲେଶ୍ୱରରେ ପ୍ରସ୍ତାବିତ ଆୟୁଷ ହସପିଟାଲ ଅନୁମୋଦନ କରାଯାଇ ପାରୁନାହିଁ ବୋଲି ସେ ତାଙ୍କ ପତ୍ରରେ ଉଲେଖ କରିଛନ୍ତି। ରାଜ୍ୟ ସରକାର ପୁରୁଣା ଦୁଇ ପ୍ରକଳ୍ପର ବିନିଯୋଗ ପ୍ରମାଣପତ୍ର ଦେବାସହ ବାଲେଶ୍ୱରରେ ଏହି ଡାକ୍ତରଖାନା ନିର୍ମାଣ ପାଇଁ ବାର୍ଷିକ ଯୋଜନାରେ ସାମିଲ କରି ପ୍ରସ୍ତାବ ପଠାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories