ଭାରତ ବିରୁଦ୍ଧରେ ପାକିସ୍ତାନର ପରୋକ୍ଷ ଯୁଦ୍ଧ କେବେ ସଫଳ ହେବନାହିଁ : ରାଜନାଥ

ନୂଆଦିଲ୍ଲୀ : ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଭାରତ ବିରୁଦ୍ଧରେ ପାକିସ୍ତାନର ପରୋକ୍ଷ ଯୁଦ୍ଧ କେବେ ସଫଳ ହେବନାହିଁ ବୋଲି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ପୁଣେ ସ୍ଥିତ ନ୍ୟାସନାଲ୍‍ ଡିଫେନ୍ସ ଏକାଡେମୀଠାରେ ୧୩୭ ତମ ବ୍ୟାଚ୍‍ର ପ୍ୟାସିଂଆଉଟ୍‍ ପ୍ୟାରେଡ୍‍ର ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି । ଶ୍ରୀ ସିଂ କହିଛନ୍ତି ଆତଙ୍କବାଦକୁ ନେଇ
ଆନ୍ତର୍ଜାତିକ ସ୍ତରରେ ପାକିସ୍ତାନର ମୁଖା ଖୋଲିଯାଇଥିବାରୁ ଏହା ବର୍ତ୍ତମାନ ବିଶ୍ୱରେ ଏକଘରିକିଆ ହୋଇଯାଇଛି।

ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମରେ ସଶସ୍ତ୍ର ବାହିନୀର ଉଚ୍ଚପ୍ରଶଂସା କରି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ସେମାନେ ହେଉଛନ୍ତି ଦେଶର ପ୍ରକୃତ ଶକ୍ତି । ସେଠାରେ କ୍ୟାଡେଟ୍‍ମାନେ ଏକ ଚିତ୍ତାକର୍ଷକ ପ୍ୟାରେଡ୍‍ ପ୍ରଦର୍ଶନ କରିଥିଲେ ଓ ସୁଖୋଇ ଯୁଦ୍ଧବିମାନ ଏବଂ ସାରଙ୍ଗ
ହେଲିକପ୍ଟର ଦ୍ୱାରା ଫ୍ଲାଏ ପାଷ୍ଟ୍‍ ସହ ଏହାର ପରିସମାପ୍ତି ଘଟିଥିଲା।

Comments are closed.